ଭଲେଇ ହୋଇ ପାକିସ୍ତାନ ଜାରି କଲା କୁଲଭୂଷଣଙ୍କ ସ୍ୱାସ୍ଥ୍ୟ ରିପୋର୍ଟ : ଜର୍ମାନ ଡାକ୍ତରଙ୍କ ଏହି ହାତଲେଖା ରିପୋର୍ଟ ଜାଲ୍‌ ନୁହେଁ ତ!

Advertisment
ଭଲେଇ ହୋଇ ପାକିସ୍ତାନ ଜାରି କଲା କୁଲଭୂଷଣଙ୍କ ସ୍ୱାସ୍ଥ୍ୟ ରିପୋର୍ଟ : ଜର୍ମାନ ଡାକ୍ତରଙ୍କ ଏହି ହାତଲେଖା ରିପୋର୍ଟ ଜାଲ୍‌ ନୁହେଁ ତ!

www.hindustantimes.com

ନୂଆଦିଲ୍ଲୀ: କୁଲଭୂଷଣ ଯାଦବ ମାମଲାରେ ସୋମବାର ପାକିସ୍ତାନ ନିଜ ଜାଲରେ ନିଜେ ଫସିଯିବା ପରେ, ଆଜି ସେଥିରୁ ମୁକୁଳିବାକୁ ପ୍ରାଣପଣେ ଉଦ୍ଦ୍ୟମ ଆରମ୍ଭ କରିଦେଇଛି। ତେବେ, ନିଜର ନିର୍ଦ୍ଦୋଷତା ଓ ନିରିହତାର ପ୍ରମାଣ ପେସ୍‌ କରିବାକୁ ଯାଇ ପାକିସ୍ତାନ ଯେଉଁ ନିର୍ବୋଧତାର ପରିଚୟ ଦେଇଛି, ତା’କୁ ନେଇ ଏବେ ଆରମ୍ଭ ହୋଇଛି ବିଶ୍ୱ ବ୍ୟାପି ଚର୍ଚ୍ଚା ଆଲୋଚନା।

publive-image indiatoday

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁଲଭୂଷଣଙ୍କର ଯେଉଁ ଫଟୋ ଓ ଭିଡିଓ ସୋମବାର ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା ସେଥିରେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଏବଂ ସେ ଆଦୌ ସୁସ୍ଥ ନଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଆଧାରରେ କୁଲଭୂଷଣଙ୍କୁ ପାକିସ୍ତାନ ଜେଲ୍‌ରେ ନିର୍ଯାତନା ଦିଆଯିବା ସହ ତାଙ୍କ ଉପରେ ଅତ୍ୟାଚାର କରା ଯାଉଥିବା, ପାକିସ୍ତାନ ବେଦୈଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଫଟୋରୁ ବେଶ୍‌ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଥିଲା ବୋଲି ପାକିସ୍ତାନ ବ୍ୟତୀତ ବିଶ୍ୱର ଅନ୍ୟ ସମସ୍ତ ଗଣମାଧ୍ୟମ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ। ଏହାକୁ ନେଇ ବେଶ୍‌ ହରଡ଼ଘଣାରେ ପଡ଼ି ଯାଇଥିଲା ପାକିସ୍ତାନ। ବିଶ୍ୱ ଗଣମାଧ୍ୟମର ଏପ୍ରକାରର ଅଭିଯୋଗ ଓ ପ୍ରତିକ୍ରିୟାରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ।

ତେବେ, ଏଥିରୁ ମୁକୁଳିବାକୁ ପାକିସ୍ତାନ ଆଜି ଯେଉଁ ଉଦ୍ୟମ କରିଛି, ସେଥିରେ ସେ ଆହୁରି ଅଧିକ ଛନ୍ଦି ହୋଇପଡ଼ିଛି ସିନା ନିଜକୁ ଅଭିଯୋଗ ମୁକ୍ତ କରିପାରି ନାହିଁ। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁଲଭୂଷଣ ଯାଦବ ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ଏକ ମେଡିକାଲ ରିପୋର୍ଟ ଜାରି କରାଯାଇଛି। ହେଲେ, ଏହି ରିପୋର୍ଟଟିକୁ ପ୍ରସ୍ତୁତ କରିଛନ୍ତି ଦୁବାଇସ୍ଥିତ କୌଣସି ଏକ ଡାକ୍ତରଖାନାରେ ଡାକ୍ତର ଥିବା ଜନୈକ ଜର୍ମାନ ଡାକ୍ତର। ଜର୍ମାନ ଡାକ୍ତର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ କୁଲଭୂଷଣଙ୍କ ‘ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ବଢ଼ିଆରୁ ଅତ୍ୟନ୍ତ ବଢ଼ିଆ (ଏକ୍ସିଲେଣ୍ଟ) ଅବସ୍ଥାରେ ଅଛି!’ ଏବଂ ତାଙ୍କ ଉଚ୍ଚତା ଦୃଷ୍ଟିରୁ ତାଙ୍କ ଶରୀର ମାପକ (ବଡି ମାସ୍‌ ଇଣ୍ଡେକ୍ସ) ଠିକ୍‌ ଅଛି। ତେବେ, ଏହି ରିପୋର୍ଟରେ ହାତ ଲେଖା ତାରଖ ପଡ଼ିଥିବା ବେଳେ କୁଲଭୂଷଣ ସ୍ୱାସ୍ଥ୍ୟ ପରୀକ୍ଷା କେବେ, କେଉଁଠି ଓ କେଉଁ ପ୍ରକାରେ କରା ଯାଇଥିଲା ସେ ସଂପର୍କରେ କିଛି ବି ହେଲେ ଉଲ୍ଲେଖ ନାହିଁ। ତେବେ, ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ ପାକିସ୍ତାନରେ କ’ଣ ଡାକ୍ତର ଓ ଡାକ୍ତରଖାନା ନାହିଁ ଯେ ଦୁବାଇ ଡାକ୍ତରଖାନାର ଜର୍ମାନ ଡାକ୍ତରଙ୍କୁ କୁଲଭୂଷଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡ଼ିଲା। ଏସବୁ ପ୍ରଶ୍ନ ବାବଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କିନ୍ତୁ ସଂପୂର୍ଣ୍ଣ ନିରବ।

publive-image Rediff.com

ଅନ୍ୟପକ୍ଷରେ, ଗତକାଲି ଏକ ଅତ୍ୟନ୍ତ ରହସ୍ୟଜନକ ଓ ଭୟାତୁର ପରିବେଶ ମଧ୍ୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପରିସରରେ କୁଲଭୂଷଣଙ୍କ ମା’ ଅଭନ୍ତୀ ଓ ପତ୍ନୀ ଚେତନ୍‌କୁଲ୍‌ ତାଙ୍କୁ ଭେଟି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲାପରେ ଆଜି ସକାଳୁ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସ ଭବନରେ ଭେଟି ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମେତ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଓ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭିସ୍‌ କୁମାର ଉପସ୍ଥିତ ଥିଲେ। ଗତକାଲି ଅଭନ୍ତୀ ଓ ଚେତନ୍‌କୁଲ୍‌ କିପରି କୁଲଭୂଷଣଙ୍କୁ ଭେଟିଲେ ସେ ସଂପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ପରେ, ସମସ୍ତେ ମିଶି ବୈଦେଶିକ ମନ୍ତ୍ରାଳୟକୁ ଯାଇଥିବା ଜଣାପଡ଼ିଛି। ତେବେ, ପାକିସ୍ତାନର ଏପ୍ରକାରର ଚାଲବାଜି ପରେ ଭାରତ କି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe