ନିଜ ଅଧିକାରୀ ଉପସ୍ଥିତ ରହିବେ ନାହିଁ କହି କୁଳଭୂଷଣ ଯାଦବଙ୍କୁ କନ୍‌ସୁଲାର୍‌ ଆକ୍ସେସ୍ ଦେଲା ପାକିସ୍ତାନ

Advertisment
 ନିଜ ଅଧିକାରୀ ଉପସ୍ଥିତ ରହିବେ ନାହିଁ କହି କୁଳଭୂଷଣ ଯାଦବଙ୍କୁ କନ୍‌ସୁଲାର୍‌ ଆକ୍ସେସ୍ ଦେଲା ପାକିସ୍ତାନ

Image Courtesy of India Today

ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ କନ୍‌ସୁଲାର୍‌ ଆକ୍ସେସ୍ ଦେଇଛି। କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିନା ଉପସ୍ଥିତିରେ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେଶି ପ୍ରଦାନ କରିଛନ୍ତି।

କୁଳଭୂଷଣ ଯାଦବଙ୍କୁ କଟକଣା ମୁକ୍ତ, ଅବାଧ ଓ ନିଃସର୍ତ୍ତ ଆକ୍‌ସେସ୍ ପ୍ରଦାନ ନ କରି ପାକିସ୍ତାନ ଆନ୍ତର୍ଜାତିକ ଟ୍ରାଇବୁନାଲ୍‌ଙ୍କ ରାୟ ଅମାନ୍ୟ କରୁଛି ବ‌ୋଲି ଭାରତ ଗତକାଲି ଦୋଷାରୋପ କରିଥିଲା। ଭାରତ ମଧ୍ୟ କହିଥିଲା ଯେ, କୁଳଭୂଷଣ ଚାପଗ୍ରସ୍ତ ହୋଇଥିବା ଭଳି ଜଣାପଡୁଛନ୍ତି। ଏହାର ଦିନକ ପରେ ପାକିସ୍ତାନ କୁଳଭୂଷଣଙ୍କୁ କନ୍‌ସୁଲାର୍‌ ଆକ୍ସେସ୍ ପ୍ରଦାନ କରିଛି।

ବୈଦେଶିକ ବ୍ୟାପାର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, କୁଳଭୂଷଣଙ୍କୁ ଭେଟିବାକୁ ଶୁକ୍ରବାର ଦିନ ଭାରତୀୟ ହାଇକମିସନ୍‌ର ଦୁଇ ଜଣ ଭାରତୀୟ ଅଧିକାରୀଙ୍କୁ ଅନୁମତି ମଳିଥିଲା। ଏହି ଅନୁମତି ବା କନ୍‌ସୁଲାର୍‌ ଆକ୍ସେସ୍‌ର କୌଣସି ଗୁରୁତ୍ବ ଓ ବିଶ୍ବସନୀୟତା ନ ଥିବା କହି ସେମାନେ ପ୍ରତିବାଦ କରିଥିଲେ।

ଭାରତ ସହ ବ୍ୟାପକ ଆଲୋଚନା ପରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ କନ୍‌ସୁଲାର୍ ଆକ୍ସେସ୍ ପ୍ରଦାନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe