ପୁଣି ପାକିସ୍ତାନକୁ ଝଟକା : କୁଲଭୂଷଣ ମାମଲାରେ ପାକିସ୍ତାନ ଭିଏନା କନଭେନସନ୍ ଉଲ୍ଲଂଘନ କରିଛି ବୋଲି କହିଲା ଆଇସିଜେ

ପୁଣି ପାକିସ୍ତାନକୁ ଝଟକା : କୁଲଭୂଷଣ ମାମଲାରେ ପାକିସ୍ତାନ ଭିଏନା କନଭେନସନ୍ ଉଲ୍ଲଂଘନ କରିଛି ବୋଲି କହିଲା ଆଇସିଜେ

News Nation

ନ୍ୟୁୟର୍କ/ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତ ଆଜି ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ବିଜୟ ହାସଲ କରିଛି। ଏଥିସହ ଅନ୍ତର୍ଜତୀୟ ସ୍ତରରେ ପାକିସ୍ତାନକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ସଂପ୍ରତି ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ କ୍ଷେତ୍ରରେ ପାକିସ୍ତାନ ଭିଏନା ସମ୍ମିଳନୀର ଚୁକ୍ତିର ଉଲ୍ଲଂଘନ କରିବା ସହ ନିଜ ଦାୟିତ୍ବକୁ ପାଳନ କରିନାହିଁ ବୋଲି ଅନ୍ତର୍ଜାତିକ ନ୍ୟାୟିକ ଅଦାଲତ (ଆଇସିଜେ)ର ଅଧ୍ୟକ୍ଷ ବିଚାରପତି ଅବ୍‌ଦୁଲ୍‌କ୍ବାଇ ୟୁସୁଫ ମିଳିତ ଜାତିସଂଘର ସାଧାରଣ ଅଧିବେଶନ (ୟୁଏନ୍‌ଜିଏ)ରେ କହିଛନ୍ତି।

publive-image News Nation

ମିଳିତ ଜାତିସଂଘ ସାଧାରଣ ଅଧିବେଶନର ୧୯୩ ସଦସ୍ୟଙ୍କୁ ଅନ୍ତର୍ଜାତିକ ନ୍ୟାୟିକ ଅଦାଲତ (ଆଇସିଜେ)ର ରାୟ ସମ୍ବଳିତ ରିପୋର୍ଟ ପ୍ରଦାନ କରି ଏହାର ଅଧ୍ୟକ୍ଷ ବିଚାରପତି ଅବ୍‌ଦୁଲ୍‌କ୍ବାଇ ୟୁସୁଫ କହିଛନ୍ତି ଯେ କୁଲଭୂଷଣ ଯାଦବ ମାମଲାରେ, ‘ପାକିସ୍ତାନ ଭିଏନା ଚୁକ୍ତିର ଧାରା ୩୬କୁ ଉଲ୍ଲଂଘନ କରିବା ସହ ନିଜ ଦାୟିତ୍ବର ପାଳନ କରି ନଥିବା ବାଚାରକାଳରେ ଜଣାପଡ଼ିଛି’।

publive-image News Nation

ଏପରିସ୍ଥିତିରେ କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶର ଆଉଥରେ ସମୀକ୍ଷା କରିବା ସହ ପୁନଃବିଚାର ପାଇଁ ପାକିସ୍ତାନକୁ କହିଛି ଆସିଜେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe