ଧରା ପଡ଼ିଲା ପାକିସ୍ତାନୀ ମିଛ : ଆତଙ୍କବାଦୀ ସଂଗଠନ କୁଲଭୂଷଣଙ୍କୁ ଇରାନ୍‌ରୁ ଅପହରଣ କରି ପାକ-ସେନାକୁ ହସ୍ତାନ୍ତର କରିଥିଲା

Advertisment

ସତ ବଖାଣିଲେ ବେଲୁଚ୍‌ ନେତା

ସତ ବଖାଣିଲେ ବେଲୁଚ୍‌ ନେତା

ଧରା ପଡ଼ିଲା ପାକିସ୍ତାନୀ ମିଛ : ଆତଙ୍କବାଦୀ ସଂଗଠନ କୁଲଭୂଷଣଙ୍କୁ ଇରାନ୍‌ରୁ ଅପହରଣ କରି ପାକ-ସେନାକୁ ହସ୍ତାନ୍ତର କରିଥିଲା

DefenceLover

ବେଲୁଚିସ୍ତାନ୍‌: ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ଏଜେଣ୍ଟ ଥିବା ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କର ପ୍ରକୃତରେ ‘ର’ ସହ କୌଣସି ସଂପର୍କ ନାହିଁ। ପାକିସ୍ତାନ ସରକାରଙ୍କ ଦ୍ୱାରା ସମର୍ଥିତ ଓ ପ୍ରୋତ୍ସାହିତ ଏକ ଆତଙ୍କବାଦୀ ସଂଗଠନ ଜୈସ୍‌-ଉଲ୍‌-ଆଦିର ସଦସ୍ୟ ମୁଲ୍ଲା ଉମର୍‌ ଇରାନୀ ଦ୍ୱାରା କୁଲଭୂଷଣ ଇରାନ୍‌ରୁ ଅପହୃତ ହୋଇଥିଲେ ଏବଂ ପରେ ସଂପୃକ୍ତ ଆତଙ୍କବାଦୀ ସଂଗଠନ କୁଲଭୂଷଣଙ୍କୁ ଅର୍ଥ ବିନିମୟରେ ପାକିସ୍ତାନର ଆଇଏସ୍‌ଆଇ ହାତକୁ ଟେକି ଦେଇଥିଲା ବୋଲି ଜାତୀୟ ସ୍ତରର ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ସିଏନ୍‌ଏନ୍‌ ନ୍ୟୁଜ୍‌ ୧୮ ଆଜି ଏକ ବଡ଼ ଖୁଲାସା କରିଛି।

ବେଲୁଚ୍‌ର ଜନୈକ ସମାଜିକକର୍ମୀ ମେହେରବ୍‌ ସାର୍‌ଜୋଭ୍‌ଙ୍କ ଠାରୁ ଏହି ଚାଞ୍ଚଲ୍ୟକର ତଥ୍ୟକୁ ହସ୍ତଗତ କରିଛି ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କୁଲଭୂଷଣ ଭାରତୀୟ ଗୁଇନ୍ଦା ‘ର’ର ଏଜେଣ୍ଟ ନଥିବା ଏବଂ ଇରାନ୍‌ରେ ବ୍ୟବସାୟ କରୁଥିବା ପ୍ରମାଣିତ ହୋଇଯାଇଛି।

publive-image ମୁଲ୍ଲା ଉମର୍‌ ଇରାନୀ

ଏ ସଂପର୍କରେ ବେଲୁଚ୍‌ର ନେତା ହିର୍‌ବାୟାର୍‌ ମାରି ମଧ୍ୟ କହିଛନ୍ତି ଯେ କୁଲଭୂଷଣ ଯାଦବ କେବେ ବି ବେଲୁଚିସ୍ତାନ୍‌ରେ ଗିରଫ ହୋଇ ନାହାନ୍ତି। ସେ ଇରାନ୍‌ରେ ତାଙ୍କର ବ୍ୟବସାୟ କରୁଥିଲେ। ‘ପ୍ରକୃତ ପକ୍ଷରେ ପାକିସ୍ତାନ ସରକାରଙ୍କ ଦ୍ୱାରା ସମର୍ଥିତ ଓ ପ୍ରୋତ୍ସାହିତ ଏକ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ କୁଲଭୂଷଣଙ୍କୁ ଇରାନ୍‌ରୁ ଅପହରଣ କରିନେବା ପରେ ତାଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ହାତରେ ଟେକି ଦେଇଥିଲେ’ ବୋଲି କହିଛନ୍ତି, ବେଲୁଚ୍‌ର ନେତା ହିର୍‌ବାୟାର୍‌ ମାରି।

ଏହି ପରିପ୍ରେକ୍ଷୀରେ ଭାରତ ପାଇଁ ଗୁଇନ୍ଦାଗିରି କରିବା ସହ ବେଲୁଚିସ୍ତାନରେ ଆତଙ୍କବାଦୀ ହାମ୍‌ଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କୁଲଭୂଷଣ ୨୦୧୬ ମାର୍ଚ୍ଚ ମାସରେ ପାକିସ୍ତାନ ସେନା ହାତରେ ଗିରଫ ହୋଇଥିଲେ ବୋଲି ପାକିସ୍ତାନ କରୁଥିବା ଦାବି ଯେ ଡାହା ମିଛ, ତାହା ବେଲୁଚ୍‌ର ନେତା ହିର୍‌ବାୟାର୍‌ ମାରିଙ୍କ ଏହି ବୟାନରୁ ସ୍ପଷ୍ଟ ପ୍ରମାଣିତ ହେବା ସହ ପାକିସ୍ତାନର ମୁଖା ଖୋଲି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe