Image Courtesy of Zee News
ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନୀ ଜେଲ୍ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଭେଟିବାକୁ ତାଙ୍କର ମାଆ ଓ ପତ୍ନୀ ସୋମବାର ଦିନ ଇସ୍ଲାମାବାଦ୍ରେ ପହଞ୍ଚିଛନ୍ତି।
ଖୁବ୍ ଶୀଘ୍ର ଇସ୍ଲାମାବାଦସ୍ଥିତ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ସେମାନେ କୁଳଭୂଷଣଙ୍କୁ ଭେଟିବେ। ସେମାନଙ୍କ ସହ ଯିବେ ଇସ୍ଲାମାବାଦସ୍ଥିତ ଭାରତୀୟ ହାଇକମିସନର୍ ଜେ ପି ସିଂହ ଏବଂ ଜଣେ କିଂବା ଦୁଇ ଜଣ ବୈଦେଶିକ ମନ୍ତ୍ରାଳୟର ଅଧିକାରୀ। ଏହି ସାକ୍ଷାତ୍କାର ୩୦ ମିନିଟ୍ ଯାଏଁ ହେବ ବୋଲି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଯଦି ଚାହିଁବେ ସାକ୍ଷାତ୍କାର ପରେ ଯାଦବଙ୍କ ମାଆ ଓ ପତ୍ନୀ ଗଣମାଧମକୁ କିଛି କହି ପାରିବେ।
ଏକ ବ୍ୟାବସାୟିକ ବିମାନରେ ଯାଇ ମଧ୍ୟାହ୍ନରେ ଯାଦବଙ୍କ ମାଆ ଓ ପତ୍ନୀ ଇସ୍ଲାମାବାଦ୍ରେ ପହଞ୍ଚିଥିଲେ। ସେମାନଙ୍କ ସାଥିରେ ଥିଲେ ଇସ୍ଲାମାବାଦସ୍ଥିତ ଭାରତୀୟ ଡେପୁଟି ହାଇ କମିସନର ଜେ ପି ସିଂହ। ଭାରତୀୟ ଦୂତାବାସରେ କିଛି ସମୟ କଟାଇବା ପରେ ଦୁହେଁ କୁଳଭୂଷଣଙ୍କୁ ଭେଟିବାକୁ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଯିବେ।
ସୁରକ୍ଷା ଦୃଷ୍ଟିରୁ କୋଠା ଛାତ ଉପରେ ପାକିସ୍ତାନୀ ରେଞ୍ଜର୍, ଆଣ୍ଟି ଟେରରିଜମ୍ ସ୍କ୍ଵାଡ୍ ଏବଂ ସାର୍ପ ସୁଟର୍ମାନଙ୍କୁ ମୁତୟନ କରାଯାଇଛି।
Follow Us