ସରକାରର ପତନ ପାଇଁ ଷଡ଼ଯନ୍ତ୍ର କରିଥିଲେ କୁମାର ବିଶ୍ୱାସ: ଆପ୍‌

Advertisment
ସରକାରର ପତନ ପାଇଁ ଷଡ଼ଯନ୍ତ୍ର କରିଥିଲେ କୁମାର ବିଶ୍ୱାସ: ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍‌ ସରକାରର ପତନ ପାଇଁ ଦଳର ବରିଷ୍ଠ ନେତା କୁମାର ବିଶ୍ୱାସ ବଡ଼ ଧରଣର ଷଡ଼ଯନ୍ତ୍ର କରିଥିଲେ, କିନ୍ତୁ ଦଳର ସମୟୋଚିତ ରଣନୀତି ଯୋଗୁଁ ବିଶ୍ୱାସ ତାଙ୍କ ଯୋଜନାରେ ସଫଳ ହୋଇପାରିନଥିଲେ ବୋଲି ଆଜି ଆପ୍‌ ନେତା ଗୋପାଳ ରାୟ କହିଛନ୍ତି। ଆପ୍‌ର ଦିଲ୍ଲୀ ଆବାହକ ଗୋପାଳ ରାୟ ଆଜି ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ବିଶ୍ୱାସଙ୍କ ଷଡ଼ଯନ୍ତ୍ର ସତ୍ତ୍ୱେ ଦଳ ଏକଜୁଟ୍‌ ରହିଛି। ଗତବର୍ଷ ପୌର ନିଗମ ନିର୍ବାଚନ ପରେ ବିଶ୍ୱାସ ଦଳକୁ ଭାଙ୍ଗିବା ଏବଂ ସରକାରର ପତନ ଘଟାଇବାକୁ ଅସନ୍ତୁଷ୍ଟ ନେତାଙ୍କ ସହ ଗୁପ୍ତ ରଣନୀତି ତୟାର କରିଥିଲେ ବୋଲି ସେ କହିଛନ୍ତି। ଏ ସଂପର୍କରେ ବିଶ୍ୱାସ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଏହାକୁ ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଆମ୍‌ ଆଦ୍‌ମି ପାର୍ଟି ଗତକାଲି ରାଜ୍ୟସଭା ପାଇଁ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଟିକଟ ଦୌଡ଼ରେ ସବୁଠାରୁ ଆଗରେ ଥିବା ଦଳର ଟାଣୁଆ ନେତା ବିଶ୍ୱାସଙ୍କୁ ନିରାଶ କରିଥିଲା। ଏଥିରେ କ୍ଷୁବ୍ଧ ବିଶ୍ୱାସ କେଜ୍ରିଓ୍ଵାଲଙ୍କୁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe