କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ: ଅନ୍ୟ ରାଜ୍ୟ ନେତାନେତ୍ରୀଙ୍କ ରାତ୍ରି ଭୋଜନ ହୋଟେଲ ବିଲ୍‌ ଦେଖି ସରକାର କାବା; କେମିତି ହେଲା ଏତେ ବିଲ୍ !

Advertisment
କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ: ଅନ୍ୟ ରାଜ୍ୟ ନେତାନେତ୍ରୀଙ୍କ ରାତ୍ରି ଭୋଜନ ହୋଟେଲ ବିଲ୍‌ ଦେଖି ସରକାର କାବା; କେମିତି ହେଲା ଏତେ ବିଲ୍ !

ବେଙ୍ଗାଲୁର : କର୍ଣ୍ଣାଟକ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ଓ୍ଵାଇ ଏସ ୟାଦୁରପ୍ପା ନିଜ ପଦବିରୁ ଇସ୍ତଫାଦେଲେ। କର୍ଣ୍ଣାଟକ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଜନତା ଦଳ (ଏସ) ବା ଜେଡିଏସକୁ  କଂଗ୍ରେସ ଦଳ ସମର୍ଥନ କରି ସରକାର ଗଠନ କରିବ ବୋଲି ଘୋଷଣା କରି କର୍ଣ୍ଣାଟକ ରାଜନୀତିକୁ ସରଗରମ କରି ଦେଇଥିଲେ। ତେବେ ଭାରତୀୟ ଜନତା ପାଟି ବିଶେଷ କରି ନରେନ୍ଦ୍ର ମୋଦିଙ୍କୁ ୨୦୧୯ ନିର୍ବାଚନରେ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ମେଣ୍ଟ ଏକଜୁଟ୍‌ ବୋଲି ଲୋକଙ୍କୁ ଏକ ବାର୍ତ୍ତା ଦେବା ପାଇଁ ଏଚ୍‌ଡି କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବକୁ ଅଣବିଜେପି ରାଜ୍ୟର କେତେକ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ମେଣ୍ଟର ନେତାନେତ୍ରୀ ମେ ମାସ ୨୩ ତାରିଖ ଦିନ ବେଙ୍ଗାଲୁରରେ ଡେରା ପକାଇଥିଲେ। ଆଉ ଏବେ ସେହି ମୁଖ୍ୟମନ୍ତ୍ରୀମାନଙ୍କ ସ୍ୱଳ୍ପ ରହଣିର ବିଲ୍‌ ଦେଖି ରାଜ୍ୟ ସରକାର କାବା।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବେଙ୍ଗାଲୁର ଆସିଥିବା ମୁଖ୍ୟମନ୍ତ୍ରୀମାନଙ୍କ ରାତିଏ ରହିବା ଓ ରାତ୍ରୀ ଭୋଜନ ବାବଦକୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ଭରଣା କରିବାକୁ ରାଜ୍ୟ ସରକାରଙ୍କ ପାଖକୁ ବିଭିନ୍ନ ହୋଟେଲ ପକ୍ଷରୁ ବିଲ୍‌ ପଠାଯାଇଛି।

publive-image

ଏଥିରେ ସବୁଠାରୁ ଆଗରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ଚନ୍ଦ୍ରବାବୁ ନାଇଡୁ ତାଜ େଓ୍ଵଷ୍ଟ ଏଣ୍ଡ ହୋଟେଲରେ ରହୁଥିଲେ। ହୋଟେଲର େଓ୍ଵବସାଇଟରେ ଏହି ହୋଟେଲର ସବୁଠାରୁ ଦାମୀ ସୁଟ୍‌ରେ ରହିଲେ ଗ୍ରାହକମାନଙ୍କୁ ଦୈନିକ ଦେବାକୁ ପଡ଼ିଥାଏ ୩୫ ହଜାର ଟଙ୍କା। କିନ୍ତୁ ଚନ୍ଦ୍ରବାବୁଙ୍କ ଗୋଟିଏ ରାତି ରହଣି ପାଇଁ ହୋଟେଲ ପକ୍ଷରୁ ୨ ଲକ୍ଷ ଟଙ୍କାର ବିଲ୍‌ ପ୍ରଦାନ କରାଯାଇଛି। ସେହିପରି ନାଇଡୁଙ୍କ ରାତ୍ରିଭୋଜନ ଓ ଜୁସ୍‌ ବିଲ ବାବଦରେ ହୋଟେଲ ପକ୍ଷରୁ ୨ଲକ୍ଷ ୧୩ ହଜାର ଟଙ୍କାର ବିଲ୍‌ ଦିଆଯାଇଛି। କେବଳ ନାଇଡୁଙ୍କ ଗୋଟିଏ ଦିନ ରହଣି ପାଇଁ ହୋଟେଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ୮ ଲକ୍ଷ ୩୦ ହଜାର ଟଙ୍କାର ବିଲ ପୈଠ ପାଇଁ କୁହାଯାଇଛି।

ସେହିପରି ବହୁଜନ ସମାଜ ପାର୍ଟିର ନେତ୍ରୀ ମାୟାବତୀଙ୍କ ପାଇଁ ୧ ଲକ୍ଷ ୧୪ ହଜାର ଟଙ୍କା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କାର ବିଲ୍‌ ପୈଠ ପାଇଁ ହୋଟେଲ ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୂଖ ମଧ୍ୟ ବିରୋଧୀ ମେଣ୍ଟର ଶକ୍ତି ପ୍ରଦର୍ଶନ ପାଇଁ ବେଙ୍ଗାଲୁର ଯାଇଥିଲେ। ସେମାନଙ୍କ ପିଛା ମଧ୍ୟ ରାଜ୍ୟସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଚର୍ଚ୍ଚା ହେଉଛି। ତେବେ ଏ ସମ୍ପର୍କରେ ସେ ଅବଗତ ନ ଥିବାରୁ ସେ କିଛି କହିପାରିବେ ନାହିଁ ବୋଲିି କୁମାରସ୍ୱାମୀ କହଛନ୍ତି। ଏପରିକି ବିଲ୍‌ ଏତେ କିପରି ହେଲା ତାର ତଦନ୍ତ ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ଅରବିନ୍ଦ କେଜିରଓ୍ଵାଲ କହିଛନ୍ତି। ଘଟଣା ନେଇ କୌଣସି ପ୍ରକାର ତଦନ୍ତ ହେବ ନାହିଁ ବୋଲି କର୍ଣ୍ଣାଟକ ମୁଖ୍ୟଶାସନ ସଚିବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe