ଆସନ୍ତାକାଲି ନାଗପୁରରେ ‘କୁମାର ଉତ୍ସବ’, ପ୍ରଣବଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ

ଆସନ୍ତାକାଲି ନାଗପୁରରେ ‘କୁମାର ଉତ୍ସବ’, ପ୍ରଣବଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ

ନାଗପୁର(ମହାରାଷ୍ଟ୍ର): ଓଡ଼ିଆ ସମାଜ ନାଗପୁର ପକ୍ଷରୁ ଶନିବାର ମହାରାଷ୍ଟ୍ରର ନାଗପୁରରେ କୁମାର ଉତ୍ସବ ପାଳିତ ହେବ। ସମାରୋହରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ଡାକ୍ତର ଆଦ୍ୟାଶା ଦାସ ସ୍ମରଣୀୟ ପୁରୁଣା ସଙ୍ଗୀତରେ ଦର୍ଶକଙ୍କ ମନ ମୋହିବେ। ସେମିନାରୀ ହିଲ୍ସ ନିକଟରେ ଥିବା ଏସ୍‌ଏଫ୍‌ଏସ୍‌ କଲେଜ ପରିସରରେ ସେଣ୍ଟ ଚାର୍ଲେସ ଅଡିଟୋରିୟମରେ ଓଡ଼ିଆ ସମାଜ ନାଗପୁର ପକ୍ଷରୁ ୪୦ତମ ବାର୍ଷିକ ଉତ୍ସବ ଅବସରରେ ସଙ୍ଗରତ ସନ୍ଧ୍ୟାର ଆୟୋଜନ ହେଉଛି। ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ପ୍ରଣବ ଓ ଆଦ୍ୟାଶା ହିନ୍ଦୀ ଓ ବଙ୍ଗଳାରେ ମଧ୍ୟ ପରିବେଷଣ କରିବେ। ମଧ୍ୟ ଭାରତର ସଙ୍ଗୀତ ପ୍ରେମୀଙ୍କ ପାଇଁ ଏହା ଏକ ସ୍ମରଣୀୟ ମୂହୁର୍ତ୍ତ ରହିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି।

ଜଗନ୍ନାଥ ସଂସ୍କୃତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜକ କମିଟି ଏଭଳି ପଦକ୍ଷେପ ନେଇଛି। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଥିବା ଦର୍ଶକ ଆୟୋଜକ କମିଟ ଠାରୁ କୁପନ ନେବାକୁ ହେବ। ଏଥିପାଇଁ ଇଚ୍ଛୁକ ଦର୍ଶକ ମୋବାଇଲ ନମ୍ବର ୯୮୯୦୩୨୪୮୯୧ ସହିତ ଯୋଗାଯୋଗ କରି ପାରିବେ। କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ କୁପନ ଉପଲବ୍ଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe