କୁମ୍ଭ ସଂକ୍ରାନ୍ତିରେ ସଙ୍ଗମରେ କୁମ୍ଭ ବୁଡ଼ ପକାଇଲେ ଅମିତ ଶାହାଙ୍କ ସହ ଯୋଗୀ ଆଦିତ୍ୟନାଥ

Advertisment
କୁମ୍ଭ ସଂକ୍ରାନ୍ତିରେ ସଙ୍ଗମରେ କୁମ୍ଭ ବୁଡ଼ ପକାଇଲେ ଅମିତ ଶାହାଙ୍କ ସହ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ୍‌: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ଅନ୍ୟ ବହୁ ନେତା ଆଜି କୁମ୍ଭ ସଂକ୍ରାନ୍ତି ଅବସରରେ ପ୍ରୟାଗରାଜର ସଙ୍ଗମ ଠାରେ ପବିତ୍ର କୁମ୍ଭ ବୁଡ଼ ପକାଇଛନ୍ତି। କୁମ୍ଭ ବୁଡ଼ ପକାଇ ସାରିବା ପରେ ଅମିତ ଶାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମିଶି ସଙ୍ଗମ ଠାରେ ‘ଆରତୀ’ କରିଥିଲେ। ଏହାପରେ ଅମିତ ଶାହା ଓ ଯୋଗୀ ଆଦିତ୍ୟନାଥ କୁମ୍ଭ ମେଳାକୁ ଆସିଥିବା ସାଧୁ ସନ୍ଥମାନଙ୍କ ନିକଟକୁ ଯାଇ ସେମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।


ଗତ ଜାନୁଆରି ୧୫, ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା କୁମ୍ଭ ବୁଡ଼ ଆସନ୍ତା ମାର୍ଚ୍ଚ ୪ ତାରିଖ ମହାଶିବ ରାତ୍ରି ଦିନ ଶେଷ ହେବ। ତେବେ, ଚଳିତ ବର୍ଷର କୁମ୍ଭ ବୁଡ଼ ଶେଷ ପୂର୍ବରୁ ଆଉ ଏକ ପବିତ୍ର ବୁଡ଼ ବା ସାହି ସ୍ନାନ ଆସନ୍ତା ୧୯ ତାରଖରେ ପବିତ୍ର ମାଘ ପୂର୍ଣ୍ଣମୀରେ ଆୟୋଜିତ ହେବ। ଅଦ୍ୟବଧି ଶେଷ ହୋଇ ଥିବା ୩ଟି ସାହି ସ୍ନାନରେ ପ୍ରାୟ ୯ କୋଟିରୁ ଅଧିକ ଶ୍ରଦ୍ଧାଳୁ କୁମ୍ଭରେ ବୁଡ଼ ପକାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe