ଆଜିଠାରୁ ବନ୍ଦ ହୋଇପାରେ ହରିଦ୍ୱାର କୁମ୍ଭ ମେଳା, କରୋନା ପଜିଟିଭ ବଢୁଥିବା ଯୋଗୁଁ ଦିଆଯାଇପାରେ ନିଷ୍ପତ୍ତି

Advertisment
ଆଜିଠାରୁ ବନ୍ଦ ହୋଇପାରେ ହରିଦ୍ୱାର କୁମ୍ଭ ମେଳା, କରୋନା ପଜିଟିଭ ବଢୁଥିବା ଯୋଗୁଁ ଦିଆଯାଇପାରେ ନିଷ୍ପତ୍ତି

photo-ndtv

ଡେରାଡୁନ: ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଜି ଉତ୍ତରାଖଣ୍ଡର ତିରଥ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ ରାଜ୍ୟ ସରକାର ହରିଦ୍ୱାରରେ ଚାଲିଥିବା କୁମ୍ଭ ମେଳାକୁ ବନ୍ଦ କରିବାକୁ ଘୋଷଣା କରିପାରନ୍ତି | କାରଣ ପୂର୍ବରୁ କୁମ୍ଭ ମେଳାର ଅବଧି ସରକାର ଏପ୍ରିଲ ୩୦ ଯାଏଁ ବଢ଼ାଇଥିବାବେଳେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ମେଳାକୁ ବନ୍ଦ କରିବାକୁ ସରକାର ବିଚାର କରୁଛନ୍ତି | ଅବଶ୍ୟ ନିରଂଜନୀ ଅଖାଡା ପକ୍ଷରୁ ଆସନ୍ତା ଏପ୍ରିଲ ୧୭ରେ କୁମ୍ଭ ମେଳା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ଦିନ କରୋନା ସ୍ଥିତିର ସମୀକ୍ଷା କରିବେ। ଆଉ ଏହି ବୈଠକରେ କୁମ୍ଭ ମେଳା ବାବଦରେ ନିଷ୍ପତ୍ତି ନିଆଯିବ | ସୂଚନାନୁସାରେ ହରିଦ୍ୱାରରେ ଆୟୋଜିତ ହେଉଥିବା କୁମ୍ଭ ମେଳାରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ମେଳାରେ ଯୋଗ ଦେଇଥିବା ସାଧୁମାନଙ୍କ ମଧ୍ୟରୁ ୩୦ଜଣ ସାଧୁଙ୍କ କରୋନା ରିପୋର୍ଟ ପଜିଟିଭ ହୋଇଛି |

ହରିଦ୍ୱାରର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ୩୦ ଜଣ ସାଧୁଙ୍କ କରୋନା ରିପୋର୍ଟ ପଜିଟିଭ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ୨୦୦ ସାଧୁଙ୍କର କରୋନା ପରୀକ୍ଷା କରାଯାଇଛି | ଅନ୍ୟପଟେ ଗୁରୁବାର ଦିନ ନିର୍ବାଣୀ ଆଖଡ଼ାର ଜଣେ ସାଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଖଡ଼ା ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସମେତ ୫୧ ଜଣ ସାଧୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe