ସଂକ୍ରମଣ ବଢ଼ୁଥିବାରୁ ଆଜି ହୋଇପାରେ କୁମ୍ଭମେଳାର ଶେଷ ଦିନ, ଦୁଇ ସପ୍ତାହ ପରେ ଥିଲା ଶେଷ ହେବାର ତାରିଖ

ସଂକ୍ରମଣ ବଢ଼ୁଥିବାରୁ ଆଜି ହୋଇପାରେ କୁମ୍ଭମେଳାର ଶେଷ ଦିନ, ଦୁଇ ସପ୍ତାହ ପରେ ଥିଲା ଶେଷ ହେବାର ତାରିଖ

BBC

ହରିଦ୍ବାରା: ୨ସପ୍ତାହ ପରେ ଶେଷ ହେବାର ଥିଲା ଉତ୍ତରାଖଣ୍ଡର ହରିଦ୍ବାରରେ ଚାଲିଥିବା କୁମ୍ଭମେଳା। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚଳିତ ବର୍ଷ ହରିଦ୍ୱାରରେ କୁମ୍ଭମେଳାର ଅବଧି ମାତ୍ର ଏକ ମାସ ମଧ୍ୟରେ ସୀମିତ ରଖାଯାଇଥିଲା। ଏକ ମାସ ମଧ୍ୟରେ ମେଳା ‌ଶେଷ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଦୁଇ ସପ୍ତାହ ପୂର୍ବରୁ ଅର୍ଥାତ ଆଜି କୁମ୍ଭମେଳାର ଶେଷ ଦିନ ହୋଇପାରେ ବୋଲି ଜଣାପଡ଼ିଛି। ଆଜି ଉତ୍ତରାଖଣ୍ଡ ସରକାର ଏବଂ ଧାର୍ମିକ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ସେମାନେ ଆଜି କୁମ୍ଭମେଳାକୁ ଶେଷ କରିବାର ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡ଼ିଛି।

Kumbh Mela 2021 Har Ki Pauri social distancing coronavirus restrictions | India News – India TV India TV

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ଗଙ୍ଗା କୂଳରେ ଏପ୍ରିଲ ୧ରୁ ୩୦ପର୍ଯ୍ୟନ୍ତ କୁମ୍ଭମେଳା ହେବାକୁ ଥିବା ବେଳେ ଏପ୍ରିଲ ୧୨, ୧୪ ଏବଂ ୨୭ରେ ତିନୋଟି “ଶାହି ସ୍ନାନ” (ମୁଖ୍ୟ ସ୍ନାନ) ହେବାର ଯୋଜନା ଥିଲା। ଦୁଇଟି “ଶାହି ସ୍ନାନ” ଶେଷ ହୋଇଥିବା ବେଳେ ଆଉ ଗୋଟେ ବାକି ରହିଛି।  “ଶାହି ସ୍ନାନ” ସମୟରେ ବି‌ଶେଷ କରି ଅଧିକ ଭିଡ଼ ହେଉଥିବା ସହ ସାମାଜିକ ଦୂରତା ପାଳନ କରିବା କଷ୍ଟକର ହୋଇପଡ଼ିଛି। ଏହା ପାଇଁ ସଂକ୍ରମଣ ମଧ୍ୟ ବଢ଼ୁଛି। ଏନେଇ ସରକାର କୁମ୍ଭମେଳାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ଏନେଇ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe