କୋଭିଡ୍‌ ସତ୍ତ୍ବେ କୁମ୍ଭମେଳା ହେବ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Advertisment
କୋଭିଡ୍‌ ସତ୍ତ୍ବେ କୁମ୍ଭମେଳା ହେବ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

India TV News

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି, କରୋନା ମହାମାରୀ ପାଇଁ ବିଭିନ୍ନ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ୁଥିଲେ ମଧ୍ୟ ହରିଦ୍ବାରରେ କୁମ୍ଭମେଳା ହେବ। ଆସନ୍ତା ଜାନୁଆରି ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା। ତେବେ ମେଳାର ପ୍ରସ୍ତୁତି ସଂକ୍ରାନ୍ତରେ ଗତକାଲି ମୁଖ୍ୟମନ୍ତ୍ରୀ ରାୱତ ଏବିଏପି (ଅଖୀଳ ଭାରତୀୟ ଆଖଡ଼ା ପରିଷଦ)ର ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ। ତେବେ କରୋନା ସ୍ଥିତିକୁ ନଜରରେ ରଖି କୁମ୍ଭ ମେଳା କେତେଦିନ ପର୍ଯ୍ୟନ୍ତ ହେବ ସେସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ। କୁମ୍ଭ ମେଳା ଅଫିସର ଦୀପକ ରାୱତ କହିଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଅଧିକାଂଶ କାର୍ଯ୍ୟ ସମ୍ପାଦନ ହୋଇଯିବ। କୁମ୍ଭମେଳା ପାଇଁ ୮ଟି ଘାଟ ଏବଂ ୮ଟି ରାସ୍ତା ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଛି। ସ୍ବଚ୍ଛତା ଉପରେ ସ୍ବତନ୍ତ୍ର ଭାବେ ଫୋକସ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe