କୁମ୍ଭ ସଫଳତା ‘ସବ୍‌କା ପ୍ରୟାସ’ର ଉଦାହରଣ: ପ୍ରଧାନମନ୍ତ୍ରୀ

Advertisment

ମହାକୁମ୍ଭର ସଫଳତା ‘ସବ୍‌କା ପ୍ରୟାସ’ର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକୁମ୍ଭ ଉଦୀୟମାନ ଭାରତର ଭାବନାକୁ ପ୍ରତିଫଳିତ କରୁଛି। ମହାକୁମ୍ଭର ସଫଳତା ପଛରେ ଅନେକ ଲୋକଙ୍କ ଭୂମିକା ରହିଛି।

ମହାକୁମ୍ଭର ସଫଳତା ‘ସବ୍‌କା ପ୍ରୟାସ’ର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକୁମ୍ଭ ଉଦୀୟମାନ ଭାରତର ଭାବନାକୁ ପ୍ରତିଫଳିତ କରୁଛି। ମହାକୁମ୍ଭର ସଫଳତା ପଛରେ ଅନେକ ଲୋକଙ୍କ ଭୂମିକା ରହିଛି।

modi

ନୂଆଦିଲ୍ଲୀ: ମହାକୁମ୍ଭର ସଫଳତା ‘ସବ୍‌କା ପ୍ରୟାସ’ର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକୁମ୍ଭ ଉଦୀୟମାନ ଭାରତର ଭାବନାକୁ ପ୍ରତିଫଳିତ କରୁଛି। ମହାକୁମ୍ଭର ସଫଳତା ପଛରେ ଅନେକ ଲୋକଙ୍କ ଭୂମିକା ରହିଛି। ବିରୋଧୀଙ୍କ ନାରାବାଜି ଓ ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସରକାର ଓ ସମାଜର ସମସ୍ତ କର୍ମଯୋଗୀଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଲୋକସଭାକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଥିଲା। ୧୪୪ ବର୍ଷ ପରେ ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶ ୪୫ ଦିନିଆ ମହାକୁମ୍ଭ ଫେବ୍ରୁଆରି ୨୬ରେ ଶେଷ ହୋଇଥିଲା, ଯେଉଁଥିରେ ୬୬ କୋଟିରୁ ଅଧିକ ଲୋକ ସ୍ନାନ କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଫେବ୍ରୁଆରି ୫ରେ ତ୍ରିବେଣୀରେ ସ୍ନାନ କରି ଦେବୀ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ।

ମୋଦୀ ରୋଜଗାର ପ୍ରସଙ୍ଗରେ କହିବାର ଥିଲା: ରାହୁଲ

ବୈଶ୍ୱିକ ଆହ୍ୱାନ ମଧ୍ୟରେ ମଧ୍ୟପ୍ରାଚ୍ୟ ଓ ୟୁରୋପରେ ଯୁଦ୍ଧ ରାଷ୍ଟ୍ରମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଥିବାବେଳେ ବିବିଧତା ଭିତରେ ଏକତା ଆମର ବିଶେଷତ୍ୱ, ଏକତା ପ୍ରଦର୍ଶନ ହିଁ ଆମର ମହାନ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ନୂତନ ପିଢ଼ି ମହାକୁମ୍ଭ ସହିତ ଯୋଡ଼ି ହେବା, ପରମ୍ପରା ଓ ବିଶ୍ୱାସକୁ ଗର୍ବର ସହ ଗ୍ରହଣ କରୁଥିବା ଦେଖି ଖୁସି ଲାଗୁଛି। ମହାକୁମ୍ଭରେ ଭାରତର ଭବ୍ୟତାକୁ ସମଗ୍ର ବିଶ୍ୱ ଦେଖିଲା। ମହାକୁମ୍ଭରେ ଆମେ ଏକ ଜାତୀୟ ଜାଗରଣ ଦେଖିଥିଲୁ, ଯାହା ନୂତନ ଉପଲବ୍ଧିକୁ ପ୍ରେରଣା ଦେବ। ଯେଉଁମାନେ ଆମର ଶକ୍ତି ଉପରେ ସନ୍ଦେହ କରୁଛନ୍ତି ସେମାନଙ୍କୁ ମଧ୍ୟ ଏହା ଉଚିତ ଜବାବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ଜାନୁଆରି ୨୯ରେ ମୌନୀ ଅମାବାସ୍ୟା ସମୟରେ ଦଳାଚକଟା ହୋଇଥିଲା। ସରକାର ୩୦ ଜଣଙ୍କ ମୃତ୍ୟୁ ହୋଇଥିବା କହୁଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ବିରୋଧୀ ଦାବି କରିଛନ୍ତି। କୁମ୍ଭ ଜଳରେ ‘ଫିକାଲ୍ କୋଲିଫର୍ମ’ ବ୍ୟାକ୍ଟେରିଆର ଭୟଙ୍କର ସ୍ତର ଦେଖିବାକୁ ମିଳିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ରିପୋର୍ଟକୁ ମଧ୍ୟ ଉଦାହରଣ ଦେଇ ବିରୋଧୀମାନେ ବିଜେପି ନେତୃତ୍ୱାଧୀନ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂସଦ ବାହାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କୁମ୍ଭ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଚିତ ଥିଲା। କୁମ୍ଭକୁ ଯାଇଥିବା ଯୁବକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆଉ ଏକ ଜିନିଷ ଦରକାର, ସେମାନଙ୍କୁ ରୋଜଗାର ଦରକାର। ପ୍ରଧାନମନ୍ତ୍ରୀ ରୋଜଗାର ପ୍ରସଙ୍ଗରେ କହିବା ଦରକାର ଥିଲା ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe