ଜାପାନର କ୍ୟୋଟୋ ପାଇଁ କୁନା ଦାଶ ହେଲେ ଗ୍ଲୋବାଲ୍ ସପୋର୍ଟର୍

ଜାପାନର କ୍ୟୋଟୋ ପାଇଁ କୁନା ଦାଶ ହେଲେ ଗ୍ଲୋବାଲ୍ ସପୋର୍ଟର୍

ଭୁବନେଶ୍ବର : ଜାପାନରେ ପୁରୀ ସହରର ନାମକୁ ଏକ ନୂତନ ପରିଚୟ ଦେଇଥିବା କୁନା ଦାଶ ତାଙ୍କର କାର୍ଯ୍ୟ ପାଇଁ ଏବେ ଜାପାନରେ ପ୍ରଶଂସିତ ହୋଇଛନ୍ତି। ଭାରତ-ଜାପାନ ମୈତ୍ରୀ ସଂଘର ସଭାପତି; କ୍ୟୋଟୋ, ଜାପାନର ଅନ୍ତର୍ଜାତୀୟ ପର୍ଯ୍ୟଟନ ରାଷ୍ଟ୍ରଦୂତ ଓ ପୁରୀ ଚନ୍ଦ୍ରଶେଖର ଏକାଡେମିର ସଭାପତି କୁନା ଦାଶଙ୍କୁ କ୍ୟୋଟୋ ସରକାର ଏକ ସମ୍ମାନ ଜନକ ପଦବି ପ୍ରଦାନ କରିଛନ୍ତି । ଜାପାନ କ୍ୟୋଟୋର କଳା, ସଂସ୍କୃତି, ଅର୍ଥନୀତି ଓ ପର୍ଯ୍ୟଟନକୁ ସମଗ୍ର ବିଶ୍ୱରେ ପ୍ରଚାରପ୍ରସାର କରିବା ପାଇଁ କ୍ୟୋଟୋ ସରକାର ଶ୍ରୀ ଦାଶଙ୍କୁ ଗ୍ଲୋବାଲ୍ ସପୋର୍ଟର୍ ଭାବରେ ମନୋନୀତ କରିଛନ୍ତି।

ସମ୍ମାନ ପ୍ରଦାନ ଉତ୍ସବରେ କ୍ୟୋଟୋର ମେୟର କାଦୋକାୱା ଦାଇସାକ ଯୋଗଦେଇ ଶ୍ରୀ ଦାଶଙ୍କୁ ଏହି ପ୍ରଦବି ପ୍ରଦାନ କରିଥିଲେ। ଶ୍ରୀ ଦାଶ ପ୍ରଥମ ଭାରତୀୟ ଭାବେ ଏହି ପଦବି ଗ୍ରହଣ କରିଛନ୍ତି। ଏହି ପଦବିର ମୂଳଲକ୍ଷ୍ୟ ହେଲା, ସାରା ବିଶ୍ୱରେ କିପରି ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ । ଶ୍ରୀ ଦାଶ ଦୀର୍ଘ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଜାପାନରେ ରହି ଭାରତ ଓ କ୍ୟୋଟୋ ମଧ୍ୟରେ ସାଂସ୍କୃତିକ ଓ ଭାବଗତ ସମ୍ପର୍କକୁ ନିବିଡ଼ କରିଆସୁଛନ୍ତି। ତାଙ୍କ ଉଦ୍ୟମରେ ଭାରତର ଯୁବକଯୁବତୀମାନେ କିଭଳି ଜାପାନରେ କର୍ମ ନିଯୁକ୍ତି ପାଇପାରିବେ ସେ ନେଇ ବାଲିଘାଇସ୍ଥିତ ଚନ୍ଦ୍ରଶେଖର ଏକାଡେମିରେ ଆଇଟି ଓ ଜାପାନିଜ ଭାଷା ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହା ସହ ଜାପାନରେ ରହୁଥିବା ଭାରତୀୟଙ୍କ ପାଇଁ ସ୍କୁଲର ଏକ ଶାଖା କ୍ୟୋଟୋ ଠାରେ ପ୍ରତିଷ୍ଠା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe