ବିଗ୍ ବସ୍ ପରିବର୍ତ୍ତେ ପାଗଳଖାନାକୁ ଯିବାକୁ ପସନ୍ଦ କରିବି: କୁନାଲ କାମ୍ରା

tkunalkam

ନୂଆଦିଲ୍ଲୀ: ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମରାଙ୍କ ବିବାଦୀୟ ଭିଡିଓ ଭାଇରାଲ ହେବା ପରେ, ସେ ନିରନ୍ତର ଖବରର ଶିରୋନାମାରେ ରହିଛନ୍ତି। ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ରିୟାଲିଟି ସୋ’ ବିଗ୍ ବସ୍‌ରୁ ତାଙ୍କୁ ଅଫର ଆସିଥିବା ସାମ୍ନାକୁ ଆସିଛି। ହେଲେ ଅଫର ମିଳିଥିଲେ ବି କୁନାଲ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାଯାଇଛି।

କୁନାଲ କାମରାଙ୍କ ଏକ ହ୍ୱାଟସଆପ୍ ଚାଟ୍ ଭାଇରାଲ୍ ହେଉଛି। ଏହି ଚାଟ୍‌ର ସ୍କ୍ରିନସଟରେ ଦେଖାଯାଇଛି ଯେ, କୁନାଲ କାମରାଙ୍କ ସହ ଜଣେ ବ୍ୟକ୍ତି ଯୋଗାଯୋଗ କରିଛନ୍ତି, ଯିଏ ତାଙ୍କୁ ବିଗ୍ ବସ୍ ପାଇଁ ଅଫର ଦେଉଛନ୍ତି। ସେ ଲେଖିଛନ୍ତି ଯେ, "ମୁଁ ବିଗ୍ ବସ୍‌ର ଆଗାମୀ ସିଜିନ୍‌ର କାଷ୍ଟିଂ କରୁଛି ଏବଂ ତୁମର ନାମ ଏପରି ଜଣେ ବ୍ୟକ୍ତି ଭାବରେ ସାମ୍ନାକୁ ଆସିଲା ଯାହାକୁ ଲୋକେ ଦେଖିବାକୁ ପସନ୍ଦ କରିପାରନ୍ତି। ମୁଁ ଜାଣିଛି ଏହା ହୁଏତ ତୁମର ରାଡାରରେ ନଥାଇପାରେ, କିନ୍ତୁ ସତ କହିବାକୁ ଗଲେ ଏହି ସୋ’ ତୁମର ପ୍ରକୃତ ମନୋଭାବ ଦେଖାଇବ ଏବଂ ଅଧିକରୁ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଭଲ ପ୍ଲାଟଫର୍ମ ହେବ। ତୁମେ କ'ଣ ଭାବୁଛ? ଆମେ ଏହା ବିଷୟରେ କଥା ହେବା ଉଚିତ୍?"

ଏଭଳି ମେସେଜ୍ ପରେ କୁନାଲ ତାଙ୍କୁ ଜବାବ ଦେଇଛନ୍ତି ଯେ, 'ତା’ଠୁ ଭଲ ମୁଁ ପାଗଳଖାନ ପଳାଇବି।' କୁନାଲ ଏହି ସ୍କ୍ରିନସଟ୍ ଇନଷ୍ଟାରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe