ତୁର୍କୀର ୧୩ ଅପହୃତଙ୍କୁ ହତ୍ୟାକଲେ କୁର୍ଦ୍ଦିସ ଆତଙ୍କବାଦୀ

Advertisment

Kurdish terrorists Kurdish terrorists Kurdish terrorists

Kurdish terrorists Kurdish terrorists Kurdish terrorists

ତୁର୍କୀର ୧୩ ଅପହୃତଙ୍କୁ ହତ୍ୟାକଲେ କୁର୍ଦ୍ଦିସ ଆତଙ୍କବାଦୀ

The Daily Beast

ଅଙ୍କାରା : ତୁର୍କୀର ୧୩ ଜଣ ଅପହୃତ ବ୍ୟକ୍ତିଙ୍କୁ ଇରାକରେ କୁର୍ଦ୍ଦିସ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ତୁର୍କୀ ସରକାର ଏହି ଦାବି କରିଛନ୍ତି। ବେଆଇନ ଘୋଷିତ କୁର୍ଦ୍ଦିସ ୱାର୍କର୍ସ ପାର୍ଟିର ସଦସ୍ୟମାନେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା କୁହାଯାଉଛି। କୁର୍ଦ୍ଦିସ ୱାର୍କର୍ସ ପାର୍ଟି ବିରୋଧରେ ତୁର୍କୀ ସେନା ନିକଟରେ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେମାନେ ଏଭଳି ହିଂସା ଭିଆଇଛନ୍ତି। ମୃତ ୧୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କ ମୁଣ୍ଡକୁ ଏବଂ ଜଣକର କାନ୍ଧକୁ ଗୁଳି କରାଯାଇଛି। ଉତ୍ତର ଇରାକର ଗାରା ଅଞ୍ଚଳର ଏକ ଗୁମ୍ଫାରେ ତୁର୍କିସ ସେନାର ଅପରେସନ୍ ସମୟରେ ଏହି ମୃତବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଆକର୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe