ମଇଁଷିକୁ ବଞ୍ଚାଇବାକୁ ଯାଇ ୫ଜଣ ପିଲାଙ୍କ ଉଡ଼ିଗଲା ପ୍ରାଣବାୟୁ

ମଇଁଷିକୁ ପୋଖରୀ ଭିତରୁ ଉଦ୍ଧାର କରିବା ସମୟରେ ବୁଡ଼ିଗଲେ ୫ଜଣ ପିଲା। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ବାତାବରଣ ଦେଖାଦେଇଛି। ମୃତ ପିଲାଙ୍କ ବୟସ ୪ରୁ ୮ବର୍ଷ ମଧ୍ୟରେ ହେବ।

dfgdf

କଚ୍ଛ: ଗୁଜୁରାଟର କଚ୍ଛ ଜିଲ୍ଲାର ଅଞ୍ଜାର ତହସିଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ବାତାବରଣ ଦେଖାଦେଇଛି। ୫ଜଣ ପିଲା ସାଙ୍ଗ ହୋଇ ମଇଁଷି ଚରାଇବା ପାଇଁ ଯାଇଥିଲେ। ମଇଁଷି ଅସାବଧାନତାବଶତଃ ଗାଁ ନିକଟରେ ଥିବା ଏକ ପୋଖରୀ ଭିତରେ ପଶି ଯାଇଥିଲା। ଏହି ମଇଁଷିକୁ ଉଦ୍ଧାର କରିବାକୁ ଯାଇ ୫ଜଣ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତ ଶିଶୁଙ୍କ ବୟସ ୮ବର୍ଷରୁ ୪ବର୍ଷ ମଧ୍ୟ‌ରେ ହେବ ବୋଲି କୁହାଯାଉଛି। 

ସୂଚନାଯୋଗ୍ୟ, ପ୍ରତିଦିନ ଭଳି ୫ଜଣ ସାଙ୍ଗ ଏକାଠି ହୋଇ ମଇଁଷି ଚରାଇବାକୁ ଯାଇଥିଲେ। ଦେଖୁଦେଖୁ ମଇଁଷି ପୋଖରୀ ଭିତରେ ପଶି ଯାଇଥିଲା। ପୋଖରୀ ଭିତରୁ ମଇଁଷିକୁ ଘଉଡ଼ାଇବା ପାଇଁ ପିଲାମାନେ ଚେଷ୍ଟା କରିଥିଲେ କିନ୍ତୁ ମଇଁଷି ଆହୁରି ଭିତରକୁ ଭିତରକୁ ପ୍ରବେଶ କରି ଚାଲିଥିଲା। 
ଏହାକୁ ଦେଖି ଜଣେ ପିଲା ଆଗପଛ କିଛି ବିଚାର ନକରି ପୋଖରୀ ଭିତରେ ପଶି ଯାଇଥିଲା। ଆଉ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲା । ଉକ୍ତ ପିଲାକୁ ଉଦ୍ଧାର କରିବା ପାଇଁ ଅନ୍ୟ ୪ଜଣ ପିଲା ପୋଖରୀ ଭିତରେ ପ୍ରବେଶ କରିଥିଲେ। 

ଦୁଃଖର ବିଷୟ ପୋଖରୀ ଭିତରେ ଜଣକ ପରେ ଜଣକକୁ ଯମ ଟାଣି ନେଇ ଯାଇଥିଲା। ଘଟଣା ବିଷୟରେ ପରିବାର ଲୋକ ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ପିଲାମାନଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଆଣିଲା ବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପରୀକ୍ଷା କରି ଜଣାଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ମୃତ ୫ଜଣ ପିଲା ଗରିବ ପରିବାର ଥିଲେ। ଏମାନଙ୍କ ବାପା ଓ ମା’ କାମରେ ଘରୁ ବାହାରି ଯିବା ପରେ ସେମାନେ ମଇଁଷିକୁ ଚରାଇବାକୁ ନେଇ ଯାଇଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe