ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ତିନି ମିନିଟ ପରେ ହୋଇଥିବା ଛାଡ଼ପତ୍ର ଘଟଣା

Advertisment
ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ତିନି ମିନିଟ ପରେ ହୋଇଥିବା ଛାଡ଼ପତ୍ର ଘଟଣା

ନୂଆଦିଲ୍ଲୀ: ବିବାହିତ ଦମ୍ପତିଙ୍କ ମଧ୍ୟରେ କଥାକଟାକଟି ହେବା ସାଧାରଣ କଥା। କିନ୍ତୁ ସମୟସମୟରେ ଏହି ଝଗଡ଼ା ଏତେ ବଡ଼ ହୋଇଯାଇଥାଏ କି ବିବାହ ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥ‌ାଏ। କିଛି ଦମ୍ପତିଙ୍କ ସମ୍ପର୍କ ତ ବାହାଘରର କିଛିମାସ ମଧ୍ୟରେ ଭାଙ୍ଗି ଯାଇଥାଏ।  କୁୱେତରେ ଏକ ଦମ୍ପତିଙ୍କ ବିବାହର ତିନିମିନିଟ ପରେ ଛାଡ଼ପତ୍ର ହୋଇଯାଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।

ଏହି ଘଟଣାଟି ୨୦୨୯ରେ ଘଟିଥିଲା। କୋର୍ଟରେ ବିବାହ ଶେଷ ହେବ‌ାପରେ ବର-ବଧୂ ବାହାରକୁ ଆସିଥିଲେ। ଏହି ସମୟରେ କନ୍ୟା କୌଣସି କାରଣରୁ ଝୁଣ୍ଟି ପଡ଼ିଥି‌ଲେ। ଏତିକି ବେଳେ ବର ସମ୍ଭାଳିବା ଛାଡ଼ି କନ୍ୟାଙ୍କୁ ନିଚ ଦେଖାଇଲା ଭଳି କଥା କହିଥିଲେ। ଯେଉଁ କାରଣରୁ କନ୍ୟା ରାଗି ଯାଇ ଜଜଙ୍କୁ ତୁରନ୍ତ ଏହି ବିବାହ ଭାଙ୍ଗିବାକୁ କହି ସ୍ବାମୀଙ୍କୁ ତିନ ତଲାକ ଦେଇ ଦେଇଥିଲେ।

ଏହି ଘଟଣା ଏବେ ପୁଣିଥରେ  ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଘଟଣାକୁ  ସେୟାର କରି ଜଣେ ବ୍ୟକ୍ତି ଏକ୍ସରେ ଲେଖିଛନ୍ତି, ‘ମୁଁ ନିକଟରେ ଏକ ବିବାହ ଉତ୍ସବକୁ ଯାଇଥିଲା। ସେଠାରେ ବର କିଛି ଭାଷଣ ଦେଉଥିବା ବେଳେ ସ୍ତ୍ରୀଙ୍କ ମଜାକ ଉଡ଼ାଇଥିଲେ। ଉକ୍ତ ସ୍ତ୍ରୀ ଜଣଙ୍କୁ ବି ଏପରି କରିବାର ଥିଲା। କାରଣ ଯେଉଁ ସମ୍ପର୍କ‌ରେ ସମ୍ମାନ ନାହିଁ ତାହାକୁ ଆଗକୁ ବଢ଼ାଇ ଅପେକ୍ଷା ‌ଶେଷ କରିଦେବା ଉଚିତ।

ଏମିତି ଏକ ଘଟଣା ୨୦୦୪ରେ ବି ଘଟିଥିଲା। ୟୁନାଇଟେଡ କିଙ୍ଗଡ଼ମରେ ଏକ ଦମ୍ପତିଙ୍କ ଛାଡ଼ପତ୍ର ବିବାହର ୯୦ମିନିଟ ପରେ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe