ଉଗ୍ର ହେଲା ସାମୁଦ୍ରିକ ବାତ୍ୟା ‘କିଆର୍‌’; କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଯୋର୍‌ ପବନ ସହ ପ୍ରବଳ ବୃଷ୍ଟିପାତ ସମ୍ଭାବନା

ଉଗ୍ର ହେଲା ସାମୁଦ୍ରିକ ବାତ୍ୟା ‘କିଆର୍‌’; କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଯୋର୍‌ ପବନ ସହ ପ୍ରବଳ ବୃଷ୍ଟିପାତ ସମ୍ଭାବନା

ମୁମ୍ବାଇ: ଶୁକ୍ରବାର ପ୍ରତ୍ୟୁଷରେ ‘କିଆର୍‌’ ନାମକ ସାମୁଦ୍ରିକ ଝଡ଼ ପୂର୍ବ କେନ୍ଦ୍ରୀୟ ଆରବସାଗର ଉପରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିଛି।
ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ରତ୍ନଗିରିର ପଶ୍ଚିମକୁ ୧୯୦ କିଲୋମିଟର ଦୂର ଏବଂ ମୁମ୍ବାଇ ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୩୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, ଶନିବାର ସକାଳ ସୁଦ୍ଧା ଝଡ଼ଟି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିବ।

publive-image

ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇ ଓମାନ ଉପକୂଳ ଆଡ଼କୁ ଯିବ।

ଫଳରେ ଅକ୍ଟୋବର ୨୮ ରୁ ୩୧ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଉତ୍ତାଳ ତରଙ୍ଗ ଉଠିବ।

ପାଣିପାଗ ବିଭାଗ ମତରେ, ବାତ୍ୟା ପ୍ରଭାବରେ କର୍ଣ୍ଣାଟକ, ଗୋଆ ଏବଂ ଦକ୍ଷିଣ କୋଙ୍କଣର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟ ଧରଣର ବୃଷ୍ଟିପାତ ହେବ। ଏହି ସମୟ ମଧ୍ୟରେ ଉତ୍ତର କୋଙ୍କଣରେ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଥିବା କଥା ମଧ୍ୟ ପାଣିପାଗ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe