‘ଲା ନିନା’ ପାଇଁ ଏଥର ହେବ ହାଡଭଙ୍ଗା ଶୀତ, ଉତ୍ତର ଭାରତରେ ୩ ଡିଗ୍ରିକୁ କମିବ ପାରଦ

Advertisment
‘ଲା ନିନା’ ପାଇଁ ଏଥର ହେବ ହାଡଭଙ୍ଗା ଶୀତ, ଉତ୍ତର ଭାରତରେ ୩ ଡିଗ୍ରିକୁ କମିବ ପାରଦ

ନୂଆଦିଲ୍ଲୀ: ସବୁ ବର୍ଷ ଅପେକ୍ଷା ଏଥର ଉତ୍ତର ଭାରତରେ ଅଧିକ ଥଣ୍ଡା ଅନୁଭୂତ ହେବ | ଦେଶର ଅନେକ ସ୍ଥାନରେ ମୌସୁମୀର ବିଳମ୍ବ ପାଇଁ ପ୍ରବଳ ଥଣ୍ଡା ହୋଇପାରେ | ଏଥର ପ୍ରଶାନ୍ତ ମହାସାଗରରେ ଲା ନିନା ହେତୁ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ହୋଇପାରେ। ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରି ଏବଂ ଫେବୃଆରିରେ ଉତ୍ତର ଭାରତର କେତେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ | ଉତ୍ତର ଭାରତର କେତେକ ସ୍ଥାନରେ ପାରଦ ୩ ଡିଗ୍ରି ସେଲସିୟସକୁ ଖସିପାରେ। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରବଳ ଶୀତର ଅର୍ଥ ହେଉଛି ଅନେକ ଏସୀୟ ଦେଶ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଶୀତଦିନର ପ୍ରଭାବ ଚୀନ୍‌ର ଶକ୍ତି ଉତ୍ପାଦନ ବ୍ୟବସ୍ଥା ଉପରେ ପଡିପାରେ ବୋଲି ଦାବି କରାଯାଉଛି ।

ଏସିଆର ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି ସହ ସଂଘର୍ଷ କରୁଛି। ଅବଶ୍ୟ, ଅନ୍ୟ ଦେଶ ତୁଳନାରେ ଭାରତ କମ୍ ଶକ୍ତି ଖର୍ଚ୍ଚ କରିଥାଏ କାରଣ ଶୀତଦିନରେ ଏୟାର କଣ୍ଡିସନର ବା ଏସି ବ୍ୟବହାର ହ୍ରାସ ପାଇଥାଏ। ତେବେ ଗତ କିଛି ସପ୍ତାହ ମଧ୍ୟରେ ଘଟିଥିବା ପାଣିପାଗ ପ୍ରକ୍ରିୟାରେ  ଭାରତରେ ଲା ନିନାର ପ୍ରଭାବ ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା ଏବଂ ମୌସୁମୀ ବିଳମ୍ବରେ ପ୍ରତ୍ୟାବର୍ତ୍ତନ ଯୋଗୁଁ  ଲା ନିନା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି |

ରବିବାର ଦିନ ତୁଷାରପାତ ହେତୁ ହିମାଚଳ ପ୍ରଦେଶର ଲାହୋଲ-ସ୍ପିତି ଏବଂ କେଲାଙ୍ଗ ପରି କିଛି ସ୍ଥାନରେ ତାପମାତ୍ରା ଶୂନରୁ କମ୍ ହୋଇସାରିଛି।  ଆଇଏମଡି ତଥ୍ୟ ଅନୁଯାୟୀ, ଶିମଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି |

ଲା ନିନା କ'ଣ?

ଲା ନିନା ଏକ ପାରିବେଶିକ ପ୍ରକ୍ରିୟା। ଏହି ପ୍ରକ୍ରି୍ୟା ହେତୁ ପ୍ରଶନ୍ତ ମହାସାଗରୀୟ ଅଞ୍ଚଳରେ ସାମୟିକ ଥଣ୍ଡା ଅନୁଭୂତ ହୋଇଥାଏ | ଲା ନିନା ବିଶ୍ବବ୍ୟାପି ପାଣିପାଗ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe