ମହିଳାଙ୍କ କୋଭିଡ୍ ଟେଷ୍ଟ ପାଇଁ ଗୁପ୍ତାଙ୍ଗରୁ ନମୁନା ନେଇଥିଲେ ଲ୍ୟାବ୍ ଟେକ୍ନିସିଆନ୍, ଗିରଫ କଲା ପୁଲିସ

ମହିଳାଙ୍କ କୋଭିଡ୍ ଟେଷ୍ଟ ପାଇଁ ଗୁପ୍ତାଙ୍ଗରୁ ନମୁନା ନେଇଥିଲେ ଲ୍ୟାବ୍ ଟେକ୍ନିସିଆନ୍, ଗିରଫ କଲା ପୁଲିସ

ଅମରାବତି: ସାରା ବିଶ୍ବରେ କରୋନା ଭୂତାଣୁକୁ ନେଇ ଭୟର ବାତାବରଣ ଥିବା ବେଳେ ମହାରାଷ୍ଟ୍ରରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କରୋନା ଟେଷ୍ଟ ପାଇଁ ଜଣେ ମହିଳାଙ୍କ ଗୁପ୍ତାଙ୍ଗରୁ ନମୁନା ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ସାମ୍ନାକୁ ଆସିବା ପରେ ଏବେ ଅମରାବତି ପୁଲିସ ଅଭିଯୁକ୍ତ ଲ୍ୟାବ ଟେକ୍ନିସିଆନକୁ ଗିରଫ କରିଥିବା ଜଣା ପଡ଼ିଛି।

Lab technician held for collecting Covid samples from woman's ... DTNext

ଅଲପେଶ ଦେଶମୁଖ ନାମରେ ପରିଚିତ ଏହି ଲ୍ୟାବ ଟେକ୍ନିସିଆନ ଜୁଲାଇ ୨୮ରେ କରୋନାଭାଇରସ ନମୁନା ସଂଗ୍ରହ କରିଥିବା କହିଛି ପୁଲିସ। ସୂଚନା ମୁତାବକ, ବଡ଼ନେରା ଅଞ୍ଚଳର ଏକ ମଲରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଜୁଲାଇ ୨୪ରେ କୋଭିଡ୍-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ। ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପୀଡ଼ିତା ମହିଳା ଅଭିଯୁକ୍ତ ଅଲପେଶ ଦେଶମୁଖ ପାଖରେ କରୋନା ପରୀକ୍ଷା କରାଇବା ପାଇଁ ପହଞ୍ଚିଥିଲେ। ଅଭିଯୁକ୍ତ ପ୍ରଥମେ ମହିଳାଙ୍କ ନାକରୁ ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିବା କହିଥିଲେ।

publive-image India.com

କିଛି ଦିନ ପରେ ମହିଳାଙ୍କୁ ଆଉ ଥରେ ଡ଼କାଇ ତାଙ୍କ ଗୁପ୍ତାଙ୍ଗରୁ ନମୁନା ନେଇ ପରୀକ୍ଷା ପରେ ‌ରିପୋର୍ଟ ନେଗେଟିଭ୍ ଆସିଥିବା କହିଥିଲେ ଅଲପେଶ ଦେଶମୁଖ। ପରେ ମହିଳା ଜଣକ ତାଙ୍କ ଭାଇଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ, ଯାହା ପରେ ଉଭୟ ଭାଇ ଓ ଭଉଣୀ ଅଭିଯୁକ୍ତ ବିରୋଧରେ ଅଭିଯୋଗ ଲେଖାଇବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଏବେ ଅଭିଯୁକ୍ତକୁ ଗିରଫ କରାଯାଇ ପୁଲିସ ରିମାଣ୍ଡରେ ନେଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe