ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Advertisment

ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଅମରାବତୀ : ମହାରାଷ୍ଟ୍ରର ବିଦର୍ଭ ଅମରାବତୀ ଅନ୍ତର୍ଗତ ବଦ୍‌ନେରା ସହରରେ ଜଣେ ଲାବୋରେଟୋରି ଟେକ୍‌ନିସିଆନ ଜଣେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରୁ ସ୍ବାବ୍‌ ନମୁନା ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଏହି ଲାବୋରେଟୋରି ଟେକ୍‌ନିସିଆନକୁ ଗିରଫ କରିଛି। ଗତ ୨୯ ତାରିଖରେ କରୋନା ପରୀକ୍ଷା ପାଇଁ ଉକ୍ତ ଲାବୋରେଟୋରି ଟେକ୍‌ନିସିଆନ ଜଣେ ୨୪ ବର୍ଷୀୟା ମହିଳାଙ୍କ ଗଳାରୁ ସ୍ବାବ୍‌ ନମୁନା ସଂଗ୍ରହ କରିବା ପରିବର୍ତ୍ତେ ତାଙ୍କର ଗୁପ୍ତାଙ୍ଗରୁ ନମୁନା ନେଇଥିଲେ। ବଦ୍‌ନେରା ହସ୍ପିଟାଲରେ ଉକ୍ତ ମହିଳାଜଣଙ୍କୁ କରୋନା ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଉକ୍ତ ଲାବୋରେଟୋରି ଟେକ୍‌ନିସିଆନ୍‌ ତଙ୍କ ଗଳା ପରିବର୍ତ୍ତେ ଗୋପନ ଅଙ୍ଗରୁ ସ୍ବାବ୍‌ ନମୁନା ସଂଗ୍ରହ କରିଥିଲେ। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe