କ୍ୟାନ୍‌ସର ଚିକିତ୍ସା ପାଇଁ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜାବ ସରକାର ଦେବେ ଦୁଇ ଲକ୍ଷ ଟଙ୍କାର ସହାୟତା!

Advertisment
କ୍ୟାନ୍‌ସର ଚିକିତ୍ସା ପାଇଁ ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜାବ ସରକାର ଦେବେ ଦୁଇ ଲକ୍ଷ ଟଙ୍କାର ସହାୟତା!

ପଞ୍ଜାବ : ନିର୍ମାଣ ଶ୍ରମିକମାନଙ୍କୁ କ୍ୟାନ୍‌ସର ଭଳି ବିପଦପୂର୍ଣ୍ଣ ରୋଗର ନିରାକରଣ ପାଇଁ ଦିଆଯାଉଥିବା ସହାୟତା ରାଶିକୁ ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯିବ। ଏହି ନିୟମ ପଞ୍ଜାବ ଠାରେ ଲାଗୁ ହେବାକୁ ଯାଉଛି। ବିଲ୍‌ଡିଂ ଆଣ୍ଡ ଅଦର କନଷ୍ଟ୍ରକସନ୍‌ ୱାର୍କର୍ସ ୱେଲଫେୟାର ବୋର୍ଡର ଆଡଭାଇଜରି କମିଟିର ଶୁକ୍ରବାର ହୋଇଥିବା ବୈଠକରେ ପଞ୍ଜାବର ଶ୍ରମମନ୍ତ୍ରୀ ଏବଂ କମିଟିର ଚେୟାରମ୍ୟାନ ବଲବୀର ସିଂହ ସିନ୍ଧୁ ଏହି ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଯେ, କ୍ୟାନସର ସମେତ ହୃଦଘାତ ରୋଗର ଚିକିତ୍ସା ପାଇଁ ମଧ୍ୟ ଦୁଇ ଲକ୍ଷ ଟଙ୍କା ଦିଆଯିବ।

publive-image

ଏହା ସହ କମିଟି, ନିର୍ମାଣ ଶ୍ରମିକଙ୍କ ମେଡିକାଲ କ୍ଲେମ୍‌ ବିଲ୍‌ଗୁଡିକୁ ପାସ କରିବା ପାଇଁ ଲେବର ଇନସ୍ପେକ୍ଟରମାନଙ୍କୁ ଦାୟିତ୍ୱ ଦିଆଯିବ। ଆଡଭାଇଜରି କମିଟି, ନିର୍ମାଣ ଶ୍ରମିକମାନଙ୍କ ଝିଅ ବିବାହ ପାଇଁ ଦିଆଯାଉଥିବା ରାଶିରେ ୩୧ ହଜାରରୁ ୫୧ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବା ପାଇଁ ସ୍ୱୀକୃତି ଦେଇଛି। କମିଟି ସର୍ବସମିତିରେ ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁ ନିର୍ମାଣ ଶ୍ରମିକମାନଙ୍କର ପିଲାମାନେ ଜିଲ୍ଲା, ରାଜ୍ୟ, ରାଷ୍ଟ୍ର କିମ୍ବା ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳ ଜଗତରେ ନାଁ କରିପାରୁଛନ୍ତି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ନିର୍ମାଣ ଶ୍ରମିକ ମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରାପ୍ତ କରିବା ପାଇଁ ଦିଆଯାଉଥିବା ସ୍କିମରେ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଧୀନରେ ପରୀକ୍ଷାରେ ୮୫ ପ୍ରତିଶତ ନମ୍ବର ବଦଳରେ ୭୫ ପ୍ରତିଶତ ନମ୍ବର ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe