୨୦୦ କିମି ଚାଲିଲେ ପ୍ରବାସୀ ଶ୍ରମିକ, ରାସ୍ତାରେ ହିଁ ଟଳି ପଡ଼ିଲେ

ଗଞ୍ଜାମ ଜିଲ୍ଲାରେ ଲକଡାଉନ୍ ନିୟମ ଉଲ୍ଲଂଘନ: ୬୨୦ଜଣଙ୍କ ବିରୋଧରେ୨୦୬ଟି ମାମଲା ରୁଜୁ

Asianet News

ଆଗ୍ରା: ଜାତୀୟ ରାଜଧାନୀ ଦିଲ୍ଲୀରୁ ଜଣେ ୩୮ ବର୍ଷୀୟ ଶ୍ରମିକ ମଧ୍ୟପ୍ରଦେଶର ମୋରେନା ଜିଲ୍ଲା ଅଧୀନସ୍ଥ ତାଙ୍କ ଗ୍ରାମକୁ ଫେରିବାପାଇଁ ଚାଲିଚାଲି ବାହାରିଲେ। କିନ୍ତୁ ଦୀର୍ଘ ୨୦୦ କିମି ବାଟ ଚାଲିବାକୁ ଆରମ୍ଭ କରିବା ପରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଘରଠାରୁ ୧୦୦ କିମି ଦୂର ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଉକ୍ତ ଯୁବକଙ୍କ ନାମ ରଣବୀର ସିଂହ। ସେ ଦିଲ୍ଲୀର ଏକ ରେସ୍ତୋରାଁରେ କାମ କରୁଛଥିଲେ। ଲକ୍‌ଡାଉନ୍‌ ଘୋଷଣା ହେବାପରେ ରନବୀର କାମ କରୁଥିବା ରେସ୍ତୋରାଁ ବନ୍ଦ ହୋଇଗଲା। ତେଣୁ ରଣବୀର ତାଙ୍କ ଘରକୁ ଫେରିବାପାଇଁ ନିଷ୍ପତ୍ତି ନେଲେ। ଗାଡ଼ି ମୋଟର ଚାଲୁନଥିବାରୁ ରଣବୀର ଦିଲ୍ଲୀର ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ସହ ତାଙ୍କ ଗ୍ରାମ ଅଭିମୁଖେ ଚାଲି ଚାଲି ବାହାରିଲେ। କିନ୍ତୁ ଦୀର୍ଘ ୨୦୦ କିମି ଚାଲିବାପରେ ବାଟରେ ସେ ଆଗ୍ରାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଥିଲେ। ତେଣୁ ସମସ୍ତେ ସେଠାରେ ଅଟକିଥିଲେ। କିନ୍ତୁ ରନବୀର ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳରେ ଜଣେ ଦୋକାନୀ ସେମାନଙ୍କୁ ସହଯୋଗ କରିଥିଲେ। ସଙ୍ଗେସଙ୍ଗେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ସେତେବେଳକୁ ରଣବୀରଙ୍କ ମୃତ୍ୟୁ ହୋଇଥିଲା। ଏହାପ‌ରେ ରନବୀରଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ , ରନବୀରଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ପୁଲିସ ମୃତ ରଣବୀରଙ୍କ ପରିବାର ସଦସ୍ୟଙ୍କୁ ଏନେଇ ସୂଚନା ଦେଇଥିଲା ଏବଂ ପରେ ତାଙ୍କ ମୃତଦେହ ହସ୍ଥାନ୍ତର କରିଥିଲା। ଉକ୍ତ ବ୍ୟକ୍ତିଙ୍କ ଘର ମଧ୍ୟପ୍ରଦେଶର ମୋରେନା ଜିଲ୍ଲା ଅଂଚଳରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe