Image Courtesy of The Print
ନୂଆଦିଲ୍ଲୀ: ପଶ୍ଚିମ ସେକ୍ଟର୍ରେ ସୈନ୍ୟ ପ୍ରତ୍ୟାହାର ଏବଂ ଉତ୍ତେଜନା ହ୍ରାସ ପାଇ ଭାରତୀୟ ସେନା ସେମାନଙ୍କର ପୁରୁଣା ପୋଷ୍ଟ୍କୁ ଫେରିବା ପରେ ବାସ୍ତବ ନିୟନ୍ତ୍ରଣ ରେଖା ଦାବିର ସମାଧାନ ନିମନ୍ତେ ଚୀନ୍ ସହ ମାନଚିତ୍ର ଆଦାନ ପ୍ରଦାନ କରାଇବାକୁ ଭାରତ ଯୋଜନା କରୁଛି।
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଏହାଦ୍ବାରା ପରସ୍ପର ଦାବି କରୁଥିବା ବାସ୍ତବ ନିୟନ୍ତ୍ରଣ ରେଖା ପ୍ରସଙ୍ଗ ସ୍ପଷ୍ଟ ହେବା ସହ ପରିଚାଳନା ଓ ପାଟ୍ରୋଲିଙ୍ଗ୍ ପ୍ରୋଟକଲ୍ ସହଜ ହେବ।
Image Courtesy of OneIndiaକିନ୍ତୁ, ଏ ପର୍ଯ୍ୟନ୍ତ ଚୀନ୍ ମାନଚିତ୍ର ବିନିମୟ କରିବାକୁ ଅଗ୍ରାହ୍ୟ କରିଛି। ସୀମା ସଂକ୍ରାନ୍ତରେ ୨୨ଟି ପର୍ଯ୍ୟାୟ ଆଲୋଚନା ପରେ ବି ଚୀନ୍ ମାନଚିତ୍ର ବିନିମୟ କରିବା କିଂବା ବାସ୍ତବ ନିୟନ୍ତ୍ରଣ ରେଖା ସ୍ପଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିନାହିଁ। ଅବଶ୍ୟ ଚୀନ୍ କେବଳ କେନ୍ଦ୍ରୀୟ ସେକ୍ଟର୍ ପାଇଁ ମାନଚିତ୍ର ବିନିମୟ କରିଛି। ଭାରତୀୟ ଅଧିକାରୀମାନେ ଆଶା କରୁଛନ୍ତି ଯେ, ଗଲ୍ୱାନ୍ ସଙ୍ଘର୍ଷ ହିଁ ଏହି ସେକ୍ଟରର ବାସ୍ତବ ନିୟନ୍ତ୍ରଣ ରେଖା ସ୍ପଷ୍ଟ କରାଇବାର ଯଥେଷ୍ଟ କାରଣ ହେବ।
ଉଚ୍ଚସ୍ତରୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟ ଦେଶ ବର୍ତ୍ତମାନ ଫର୍ୱାର୍ଡ ପୋଜିସନ୍ରୁ ପୁରୁଣା ସ୍ଥାନକୁ ହଟିଯାଉଛନ୍ତି। ଭାରତ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।
Follow Us