ଖୁବ୍‌ଶୀଘ୍ର ଏଲ୍‌ଏସି ପାଟ୍ରୋଲିଂ: ଜୟଶଙ୍କର

ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସ୍ଥିତି ୨୦୨୦ ପୂର୍ବବସ୍ଥାକୁ ଫେରିବ। ଚୀନ ସହ ସୀମା ପ୍ରସଙ୍ଗରେ ସମାଧାନ ପରେ ଏଲ୍‌ଏସିରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ରୁଷ୍‌ରୁ ତେଲ କିଣା: ୟୁରୋପକୁ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ: ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସ୍ଥିତି ୨୦୨୦ ପୂର୍ବବସ୍ଥାକୁ ଫେରିବ। ଚୀନ ସହ ସୀମା ପ୍ରସଙ୍ଗରେ ସମାଧାନ ପରେ ଏଲ୍‌ଏସିରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ମୁମ୍ବାଇ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, ଭାରତ ଆଶା କରୁଛି ଯେ ୩୧ ଅକ୍ଟୋବର ୨୦୨୦ ସ୍ଥିତି ଫେରିବ। ଡେମ୍‌ଚୋକ୍‌ ଓ ଦେପ୍‌ସାଙ୍ଗ୍‌ରେ ପାଟ୍ରୋଲିଂ ବ୍ୟବସ୍ଥା ‌ହେବ। ତେବେ ଏଥିପାଇଁ କିଛି ସମୟ ଲାଗିବ। ଅକ୍ଟୋବର ୨୧ ତାରିଖରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ଜୟଶଙ୍କର କହିଛନ୍ତି, ଏହି ବୁଝାମଣା ଦ୍ବାରା ଉତ୍ତରସୀମାନ୍ତ ବିଶେଷତଃ ଜାବାସାଙ୍ଗ୍‌ ଓ‌ ଡେମ୍‌ଚୋକ୍‌ ପାଟ୍ରୋଲିଂ ଉପରେ ଥିବା କଟକଣା ହଟିଛି।

ଏହାସହ ୨୦୨୦ ପୂର୍ବର ପାଟ୍ରୋଲିଂ ବ୍ୟବସ୍ଥାକୁ ଫେରିବା ନିମନ୍ତେ ଉଭୟ ଦେଶ ରାଜି ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତଥାପି ସେନା ହଟାଇବା ଓ ପାଟ୍ରୋଲିଂକୁ ନେଇ କେତେକ ସମସ୍ୟା ରହିଛି। ଭବିଷ୍ୟତ ଆଲୋଚନାରେ ସୀମା ପରିଚାଳନା ଓ ସ୍ଥିରତା ନିମନ୍ତେ ଦୃଷ୍ଟି ଦିଆଯିବ।

୨୬/୧୧ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେଲେ ଭାରତ ଜବାବ ଦେବ
ମୁମ୍ବାଇ: ଆତଙ୍କବାଦ ବିରୋଧରେ ପୂର୍ବାପେକ୍ଷା ଭାରତ ଏବେ କଡ଼ା ଆଭିମୁଖ୍ୟ ପୋଷଣ କରୁଛି। ମୁମ୍ବାଇର ୨୬/୧୧ ଆକ୍ରମଣର ପୁନରାବୃତ୍ତି ହେଲେ ଭାରତ ଏହାର କଡ଼ା ଜବାବ ଦେବ। ମୁମ୍ବାଇରେ ଯାହା ହୋଇଥିଲା ତାହା ଆଉ ଥରେ ହେବା ଉଚିତ ନୁହେଁ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇ ନଥିଲା। ବର୍ତ୍ତମାନର ଭାରତରେ ତାହା ହେବ ନାହିଁ। ଭାରତ ଏବେ ବଦଳି ଯାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ଭାରତ ଏବେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବା ଲୋକମାନେ ଜାଣିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି। ଭବିଷ୍ୟତରେ କୌଣିସି ଆତଙ୍କବାଦୀ ଆକ୍ରମଣ ହେଲେ ତାହାର ଜବାବ ଦିଆଯିବ ବୋଲି ଜୟଶଙ୍କର ଚେତାଇ ଦେଇଛନ୍ତି। ଆତଙ୍କବାଦ ସହ ଜଡ଼ିତ ବ୍ୟକ୍ତି ଓ ସଂସ୍ଥାକୁ ଆମେ ପଦାରେ ପକାଇବୁ ଏବଂ ଯେଉଁଠି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ସେଠାରେ ଆମେ ତାହା ନେବୁ। ଗୋଟିଏ ସମୟରେ ସ୍ବାଭାବିକ ସଂପର୍କ ରଖୁଥିବା ଏବଂ ଅନ୍ୟ ସମୟରେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶକୁ ଭାରତ ସହ୍ୟ କରିବ ନାହିଁ ବୋଲି ଜୟଶଙ୍କର ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe