ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ: ତିନି ସପ୍ତାହରେ ଛଅଟି ଗୁରୁତ୍ବପୂର୍ଣ୍ଣ ପାହାଡ଼ ଅଧିକାର କରିଛନ୍ତି ଭାରତୀୟ ସେନା

Advertisment
ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ: ତିନି ସପ୍ତାହରେ ଛଅଟି ଗୁରୁତ୍ବପୂର୍ଣ୍ଣ ପାହାଡ଼ ଅଧିକାର କରିଛନ୍ତି ଭାରତୀୟ ସେନା

Image Courtesy of The Times of India

ନୂଆଦିଲ୍ଲୀ: ପୂର୍ବ ଲଦାଖ ସେକ୍ଟର୍‌ରେ ଚୀନା ସେନା ସହ ଚାଲିଥିବା ବିବାଦ ସମୟରେ ଗତ ତିନି ସପ୍ତାହ ଭିତରେ ଭାରତୀୟ ସେନା ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଛଅଟି ନୂଆ ଗୁରୁତ୍ବପୂର୍ଣ୍ଣ ପାହାଡ଼ ଦଖଲ କରିଛି।

ଶୀର୍ଷସ୍ତରୀୟ ସରକାରୀ ସୂତ୍ରରୁ ପ୍ରକାଶ, ଅଗଷ୍ଟ ୨୯ ଓ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ମଧ୍ୟରେ ଭାରତୀୟ ସେନା ଛଅଟି ନୂଆ ପାହାଡ଼ ଅକ୍ତିଆର କରିଛି। ସେନା ଅଧିକାର କରିଥିବା ନୂଆ ପର୍ବତଗୁଡ଼ିକ ହେଉଛି ମଗର ପାହାଡ଼, ଗୁରୁଙ୍ଗ ପାହାଡ଼, ରେସେହେନ୍‌ ଲା, ରେଜାଙ୍ଗ୍ ଲା, ମୋଖପରୀ ଏବଂ ଚୀନ୍ ସେନା ଆସ୍ଥାନ ଜମାଇଥିବା ଫିଙ୍ଗର୍ ୪ ନିକଟବର୍ତ୍ତୀ ଏକ ଉଚ୍ଚ ପାହାଡ଼। ଏହି ପାହାଡ଼ ସବୁ ଭାରତୀୟ ସୀମାରେଖା ମଧ୍ୟରେ ଅବସ୍ଥିତ।

publive-image Image Courtesy of Assianet Newsable

ବେଦଖଲରେ ଥିବା ଉପରୋକ୍ତ ଛଅଟି ପାହାଡ଼କୁ ଚୀନ୍ ସେନା ଦଖଲ କରିବା ଆଗରୁ ଭାରତୀୟ ସେନା ଅକ୍ତିଆର କରି ନେଇଛନ୍ତି। ସେ ଅଞ୍ଚଳରେ ମୁକାବିଲା କରିବାକୁ ଆମ ସେନା ସ୍ଥାନ ପାଇଗଲେ ବୋଲି ସେମାନେ କହିଛନ୍ତି।

ଏହି ପାହାଡ଼ଗୁଡ଼ିକୁ ଅଧିକାର କରିବାକୁ ଚୀନ୍ ସେନାର ଉଦ୍ୟମ ଭଣ୍ଡୁର କରାଯିବା କାରଣରୁ ଅନ୍ୟୂନ ତିନି ଥର ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତରରୁ ଦକ୍ଷିଣ କୂଳ ପର୍ଯ୍ୟନ୍ତ ଫାଙ୍କା ଗୁଳି ଚାଳନା ହୋଇଥିଲା।

ଭାରତୀୟ ସେନା ଏହି ପାହାଡ଼ଗୁଡ଼ିକୁ ଦଖଲ କରିବା ପରେ ଚୀନ୍ ସେନା ରେଜାଙ୍ଗ୍ ଲା ଏବଂ ରେଚେନ୍ ଲା ପାହାଡ଼ ପାଖରେ ୩୦୦୦ ଅତିରିକ୍ତ ସୈନ୍ୟ ମୁତୟନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe