ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟର ଅଭାବ,ଭଡ଼ା ମିନିଟକୁ ୩ ହଜାର

ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟର ଅଭାବ,ଭଡ଼ା ମିନିଟକୁ ୩ ହଜାର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ତେବେ ପ୍ରଚାର ପାଇଁ ହେଲିକପ୍ଟର ଅଭାବ ଦେଖାଦେଇଛି। ବହୁ ରାଜନୈତିକ ଦଳ ପୂର୍ବରୁ ହେଲିକପ୍ଟର ବୁକ୍ କରିସାରିଛନ୍ତି। ଏହି ତାଲିକାରେ ଶାସକ ବିଜେପି ଆଗରେ ରହିଛି। ଅନ୍ୟ ଦଳମାନେ ବୁକିଂ ପାଇଁ ଘରୋଇ କମ୍ପାନୀର ଦ୍ବାରସ୍ଥ ହେଲେ ମଧ୍ୟ ମହଜୁଦ୍ ଥିବ‌ା ୬୦ରୁ ୭୦ ହେଲିକପ୍ଟର ଭଡ଼ା ନେଇ ଛକାପଞ୍ଝା ଜାରି ରହିଛି। ବଡ଼ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ହେଲିକପ୍ଟର ପ୍ରଚାରରେ ବେଶି ସମସ୍ୟା ସମ୍ମୁଖୀନ ହେଉ ନ ଥିବା ବେଳେ ଛୋଟ ଦଳ ଆର୍ଥିକ ସ୍ଥିତି ଅନୁସାରେ ପ୍ରଚାରକୁ ନେଇ ସଙ୍କଟରେ ପଡ଼ିଛନ୍ତି।

ହେଲିକପ୍ଟରର ଭଡ଼ା ଗତ ୬ମାସ ମଧ୍ୟରେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସିଙ୍ଗଲ ଇଞ୍ଜିନ୍ ହେଲିକପ୍ଟର ଭଡ଼ା ମିନିଟ ପିଛା ୧,୫୦୦ ଟଙ୍କା ଥିବାବେଳେ ଡବଲ ଇଞ୍ଜିନ୍ ହେଲିକପ୍ଟରର ଭଡ଼ା ମିନିଟକୁ ୩ ହଜାର ରହିଛି। ଦେଶର ବିଭିନ୍ନ ଘରୋଇ କମ୍ପାନୀ ପାଖରେ ଥିବା ହେଲିକପ୍ଟର ଦିଲ୍ଲୀରୁ ହିଁ ବୁକ୍ କରାଯାଉଛି। ଦେଶରେ ଚାର୍ଟର ହେଲିକପ୍ଟରର ଚାହିଦା ପୂର୍ବ ତୁଳନାରେ ବଢ଼ିବା ଯୋଗୁ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ଡବଲ ଇଞ୍ଜିନ୍ ହେଲିକପ୍ଟରର ସଂଖ୍ୟା କମ୍ ରହିଛି। ଭାରତରେ ସମ୍ପ୍ରତି ୨୫୪ ଚାର୍ଟର ହେଲିକପ୍ଟର ରହିଛି। ସେଥିମଧ୍ୟରୁ ୧୯୦ ହେଲିକପ୍ଟର ସାର୍ବଜନୀକ କ୍ଷେତ୍ରରେ କାର୍ଯ୍ୟ କରୁଛି।

ସେସବୁ କ୍ଷେତ୍ର ମଧ୍ୟରେ ଡିଫେନ୍ସ ଅପରେସନ, କର୍ପ‌ୋରେଟ ବେଞ୍ଚର୍ସ ଏବଂ ଅଫସୋର୍ ମିସନ ଆଦି ରହିଛି। ତେଣୁ ନିର୍ବାଚନ ପ୍ରଚାର ପାଇଁ କେବଳ ୬୦ରୁ୭୦ ହେଲିକପ୍ଟର ଉପଲବ୍ଧ ହେଉଛି। ଉପଲବ୍ଧ ହେଲିକପ୍ଟର ମଧ୍ୟରୁ ଅଧିକାଂଶର ବୁକିଂ ୬ମାସ ପୂର୍ବରୁ ହୋଇ ସାରିଛି। ଫଳରେ ଅବଶିଷ୍ଟ ହେଲିକପ୍ଟର ବୁକିଂ ପାଇଁ ରାଜନୈତିକ ଦଳଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe