ହସ୍ପିଟାଲ୍‌ରେ ନର୍ସଙ୍କ ଅଭାବ: କେରଳରୁ ୫୦ ନର୍ସ ଆଣିଲା ହାଇଦ୍ରାବାଦ୍‌

Advertisment
ଘରୋଇ ନର୍ସିଂ କଲେଜ ଅନୁମୋଦନରେ କେଳେଙ୍କାରୀ: ଯାଞ୍ଚରେ ଧରାପଡ଼ିଲା ୫ଟି କଲେଜ

Online Nursing Programs - Duquesne University

ହାଇଦ୍ରାବାଦ୍‌: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ତେବେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଥିବାରୁ ସେମାନଙ୍କ ଚିକିତ୍ସା ଏବଂ ସେବା ଯତ୍ନ ପାଇଁ ନର୍ସ‌୍‌ଙ୍କ ଆବଶ୍ୟକତା ମଧ୍ୟ ବଢ଼ୁଛି। ମିଳିଥିବା ସୂଚନାନୁଯାୟୀ ଦେଶରେ ବିଭିନ୍ନ ପ୍ରମୁଖ ଘରୋଇ ହସ୍ପିଟାଲ୍‌ମାନଙ୍କରେ ତାଲିମପ୍ରାପ୍ତ ନର୍ସ‌୍‌ଙ୍କର ଅଭାବ ଦେଖା ଦେଇଛି। ଏଥିପାଇଁ କିଛି ହସ୍ପିଟାଲ୍‌ରେ ଉଚ୍ଚ ଦରମାରେ ନର୍ସ‌୍‌ମାନଙ୍କୁ ନିଯୁକ୍ତ ଦିଆଯାଉଛି। ଗତ ୧୫ ଦିନ ମଧ୍ୟରେ ତେଲେଙ୍ଗାନା ଏବଂ ହାଇଦ୍ରାବାଦ୍‌ରେ ସଂକ୍ରମଣ ବଢ଼ିଯିବାରୁ ନର୍ସ‌୍‌ଙ୍କ ଆବଶ୍ୟକତା ବଢ଼ିଲା। ମିଳିଥିବା ଏକ ସୂଚନାରୁ ଜଣାପଡ଼ିଛି ଯେ, ହାଇଦ୍ରାବାଦ୍‌ କେରଳରୁ ପ୍ରାୟ ୫୦ ଜଣ ତାଲିମପ୍ରାପ୍ତ ନର୍ସ‌୍‌ଙ୍କୁ ଆ‌ଣିଛି। କିଛି ହସ୍ପିଟାଲ୍‌ରେ ମଧ୍ୟ ୩ ଗୁଣା ଅଧିକ ଦରମା ଦେଇ ନର୍ସ‌୍‌ମାନଙ୍କୁ ନିଯୁକ୍ତି ପ୍ରଲୋଭନ ଦେଖାଯାଉଛି। ତେଲେଙ୍ଗାନା ନର୍ସିଂ ଅଫିସର ସଂଗଠନ ସାଧାରଣ ସଚିବ ଲକ୍ଷ୍ମଣ ରୁଦଭଟ କହିଛନ୍ତି, ଦୈନିକ ସେ ନର୍ସ‌୍‌ ପାଇଁ କର୍ପୋରେଟ୍‌ ହସ୍ପିଟାଲ୍‌ ମାନଙ୍କରୁ ୧୦-୧୫ କଲ୍‌ ପାଉଛନ୍ତି। କିଛି ହସ୍ପିଟାଲ ମାନଙ୍କରେ ମଧ୍ୟ ନର୍ସମାନଙ୍କୁ ୪୫ ହଜାରରୁ ୫୦ ହଜାର ଦରମା ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହାର କାରଣ ହେଉଛି ହସ୍ପିଟାଲ୍‌ମାନଙ୍କରେ ନର୍ସ‌୍‌ମାନଙ୍କ ଅଭାବ ଦେଖାଦେଲାଣି। କରୋନା ମହାମାରୀ ପାଇଁ ଅନେକ ନର୍ସ‌୍‌ ଚାକିରି ଛାଡ଼ିଦେଇଥିବା ଜଣାପଡ଼ିଛି। ସେଥିପାଇଁ ତାଲିମପ୍ରାପ୍ତ ନର୍ସ‌୍‌ଙ୍କ ଆବଶ୍ୟକତା ଏବେ ଢେର ବଢ଼ିଯାଇଛି।

ସାଧାରଣ ରୋଗୀଙ୍କ ଅପେକ୍ଷା କୋଭିଡ୍‌ ରୋଗୀଙ୍କ ପାଇଁ ଅଧିକ ନର୍ସ‌୍ ଆବଶ୍ୟକ। ଜଣେ ସାଧାରଣ ରୋଗୀଙ୍କ ପାଇଁ ପ୍ରତିଦିନ ଜଣେ ନର୍ସ‌୍ ଆବଶ୍ୟକ । କିନ୍ତୁ ଜଣେ କୋଭିଡ୍‌ ରୋଗୀଙ୍କ ପାଇଁ ୩ ଜଣ ନର୍ସ‌୍ ଆବଶ୍ୟକ। ଅନ୍ୟପକ୍ଷେ ବର୍ତ୍ତମାନ ଜଣେ କୋଭିଡ୍‌ ରୋଗୀଙ୍କ ପାଇଁ ଜଣେ ନର୍ସ‌୍ ହିଁ ଉପଲବ୍ଧ ହେଉଛନ୍ତି। ସେଥିପାଇଁ ଅଧିକାଂଶ ହସ୍ପିଟାଲ୍‌ ଗୁଡ଼ିକ ଏବେ ଉଚ୍ଚ ଦରମା ସହ ନର୍ସ‌୍‌ମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe