Image Courtesy of India Today
ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚୁସ୍ହୁଲ୍ରେ ଭାରତ ଓ ଚୀନ୍ ମଧ୍ୟରେ ଲଦାଖ ବିବାଦ ବିଷୟରେ ଚାଲିଥିବା ବ୍ରିଗେଡ୍ କମାଣ୍ଡର୍ସ୍ତରୀୟ ଆଲୋଚନା ଅମୀମାଂସିତ ରହିଛି।
ଆଉ କିଛି ଦିନ ପରେ ଉଭୟ ପକ୍ଷ ଷଷ୍ଠ ପର୍ଯ୍ୟାୟ କର୍ପସ୍ କମାଣ୍ଡର୍ସ୍ତରୀୟ ସାମରିକ ଆଲୋଚନା ଚଳାଇବେ ବୋଲି ଆଶା କରାଯାଉଛି।
ଦୁଇ କର୍ପସ୍ କମାଣ୍ଡର୍ ଲେଫ୍ଟ୍ନାଣ୍ଟ୍ ୧୪ କର୍ପସ୍ର ଜେନେରାଲ୍ ହରିନ୍ଦର ସିଂହଓ ଦକ୍ଷିଣ ଜିନ୍ଜିଆଙ୍ଗ୍ ସାମରିକ ଜିଲ୍ଲାର ମେଜର୍ ଜେନେରାଲ୍ ଲିୟୁ ଲିନ୍ ଅଗଷ୍ଟ ମାସରୁ ଆଉ ଭେଟାଭେଟି ହୋଇ ନାହାନ୍ତି।
Image Courtesy of The Kashmir Monitorଲଦାଖରେ ସାମ୍ପ୍ରତିକ ସଙ୍କଟ ବିଷୟରେ ନୂଆଦିଲ୍ଲୀରେ ପ୍ରତିରକ୍ଷା ସିଂହ ରାଜନାଥ ସିଂହ ଉଚ୍ଚସ୍ତରୀୟ ବୈଠକ କରାଇବାର ଦିନକ ପରେ ବ୍ରିଗେଡ୍ସ୍ତରୀୟ ଆଲୋଚନା ହୋଇଥିଲା। ଏ ସପ୍ତାହ ପ୍ରାରମ୍ଭରେ ପାଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣ କୂଳରେ ଦୁଇ ପକ୍ଷ ମଧ୍ୟରେ ସଦ୍ୟ ସଂଘର୍ଷ ହେବା ଦୃଷ୍ଟିରୁ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତି ବିଷୟରେ ଏହି ବୈଠକରେ ବ୍ୟାପକ ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ସହ ଯୋଗ ଦେଇଥିଲେ ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍, ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ୍ ଏମ୍ଏମ୍ ନରୱଣେ, ଏୟାର୍ ଚିଫ୍ ମାର୍ସାଲ୍ ଆର୍କେଏସ୍ ଭଦୌରିଆ ଏବଂ ନେଭି ଚିଫ୍ ଆଡ୍ମିରାଲ୍ କରମବୀର ସିଂହ।
Follow Us