ଲଦାଖରେ ଚୀନ୍‌ର ସବୁ ଚାଲ ପଣ୍ଡ, ପୂର୍ବ ଲଦାଖ୍‌ରେ କୌଣସି ସାଲିସ ହେବନାହିଁ: ନରବଣେ

ଲଦାଖରେ ଚୀନ୍‌ର ସବୁ ଚାଲ ପଣ୍ଡ, ପୂର୍ବ ଲଦାଖ୍‌ରେ କୌଣସି ସାଲିସ ହେବନାହିଁ: ନରବଣେ

Image Courtesy of The Hindu

ନୂଆଦିଲ୍ଲୀ : ଲଦାଖରେ ୨୦୨୦ରୁ ଆଜି ପର୍ଯ୍ୟନ୍ତ ଚୀନ୍‌ର ଶକ୍ତିଶାଳୀ ପିପୁଲ୍ସ ଲିବରେସନ ଆର୍ମ (ପିଏଲ୍‌ଏ) ତୁହାକୁ ତୁହା ଚାଲ୍‌ ଖେଳୁଥିବା ବେଳେ ଭାରତ ସବୁ ଚାଲ୍‌କୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ଗତକାଲି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କ ସହ ଭାରତୀୟ ସେନାର ଉଚ୍ଚ ଅଧିକାରୀ ଏବଂ ସେନାର ସମସ୍ତ କମାଣ୍ଡର ଚୀନ୍‌ ସୀମାରେ ସୁରକ୍ଷା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଉତ୍ତର ଓ ପୂର୍ବ ବାଟାଲିୟନରେ ଆବଶ୍ୟକ ପରିବର୍ତ୍ତନ ଏବଂ ଚୀନ୍ ଓ ପାକିସ୍ତାନ ସହ ସୀମା ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଉପସେନା ମୁଖ୍ୟ ରୂପରେ ନିଯୁକ୍ତ ହେବା ପରେ ଏହା ତାଙ୍କର ପ୍ରଥମ ବୈଠକ ଥିଲା।

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ମଧ୍ୟ ଉତ୍ତର ସେନା କମାଣ୍ଡ୍‌ର ନୂଆ ମୁଖ୍ୟ ହେବା ପରେ ପ୍ରଥମ ଥର ପାଇଁ ବୈଠକରେ ସାମିଲ ହୋଇଥିଲେ। ଭାରତ ଓ ଚୀନ୍ ମଧ୍ୟରେ ପ୍ରାୟ ଦୁଇବର୍ଷ ହେଲା ଛକାପଞ୍ଝା ଅବସ୍ଥା ଜାରି ରହିଛି। ଏହି ସମସ୍ୟାର ସୌହାର୍ଦ୍ଦ୍ୟପୂର୍ଣ୍ଣ ଉପାୟରେ ସମାଧାନ କରିବା ପାଇଁ ଉଦ୍ୟମ ଚାଲିଛି। ତା’ ସତ୍ତ୍ବେ ବର୍ତ୍ତମାନ ସେନା ଯେକୌଣସି ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି। ପିଏଲ୍‌ଏର ସବୁ ଚାଲ୍‌କୁ ଭାରତ ପଣ୍ଡ କରିଆସିଛି ଏବଂ ଆଗକୁ ମଧ୍ୟ ଏହା କଦାପି ସଫଳ ହୋଇପାରିବ ନାହିଁ ବୋଲି ନରବଣେ କହିଛନ୍ତି। ଚୀନ୍‌କୁ ମାତ୍‌ ଦେବାକୁ ଭାରତ ସକ୍ଷମ ବୋଲି ପ୍ରମାଣିତ ହୋଇସାରିଛି। ଚୀନ୍‌ର ସମସ୍ତ ଅତିକ୍ରମଣର କଡ଼ା ଜବାବ ଦିଆଯାଇଛି ଏବଂ ପୂର୍ବ ଲଦାଖ୍‌ରେ ଭାରତ ନିଜ ଅଂଚଳକୁ ସୁରକ୍ଷିତ ରଖିବା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ନରବଣେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe