ଲଦାଖ: ୧୪୫ ଦିନ ପରେ କାର୍ଗିଲ୍‌ରେ ପୁଣି ଚାଲୁ ହେଲା ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା

ଲଦାଖ: ୧୪୫ ଦିନ ପରେ କାର୍ଗିଲ୍‌ରେ ପୁଣି ଚାଲୁ ହେଲା ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା

Image Source: India Today

ନୂଆଦିଲ୍ଲୀ: ଦୀର୍ଘ ୧୪୫ ଦିନର ବ୍ୟବଧାନ ପରେ ଆଜି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର କାର୍ଗିଲ୍‌ରେ ପୁଣି ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ଚାଲୁ କରାଯାଇଛି।

ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦କୁ ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ଉଚ୍ଛେଦ କରିବା ପରେ କାର୍ଗିଲ୍‌ରେ ଇଣ୍ଟର୍‌ନେଟ୍‌ କାଟି ଦିଆଯାଇଥିଲା।

ସରକାରୀ କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ, କାର୍ଗିଲର ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପରେ ଇଣ୍ଟର୍‌ନେଟ୍‌ ସେବା ପୁଣି ଚାଲୁ ହୋଇଛି। ଗତ ଚାରି ମାସ ହେବ ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ଏହି ସୁବିଧାର ଅପବ୍ୟବହାର ନ କରିବାକୁ ସ୍ଥାନୀୟ ଧାର୍ମିକ ନେତାମାନେ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

publive-image Image Source: NDTV

ଏହା ପୂର୍ବରୁ କାର୍ଗିଲ୍‌ରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଚାଲୁ ଆରମ୍ଭ ହୋଇଥିଲା।

ପ୍ରାୟ ୪ ମାସର ଅବଧି ପରେ କଶ୍ମୀରରେ ମୁତୟନ ହୋଇଥିବା ୭୦୦୦ରୁ ଊର୍ଦ୍ଧ୍ୱ ପାରାମିଲିଟାରି ଯବାନଙ୍କୁ ପ୍ରତ୍ୟାହାର କରାଇ ନେବା ନିମନ୍ତେ କେନ୍ଦ୍ର ସରକାର ଆଦେଶ ଦେବା ପରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ଚାଲୁ କରିବା ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe