ଲଦାଖ ବିବାଦ: ଗଲ୍‌ୱାନ୍ ଏବଂ ଗୋରା-ଉଷ୍ମଝରରୁ ପୁଣି ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ୍ ସମ୍ମତ

Advertisment
ଲଦାଖ ବିବାଦ: ଗଲ୍‌ୱାନ୍ ଏବଂ ଗୋରା-ଉଷ୍ମଝରରୁ ପୁଣି ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ୍ ସମ୍ମତ

Image Courtesy of The Times of India

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲ୍‌ୱାନ୍ ଉପତ୍ୟକା ଏବଂ ଗୋରା-ଉଷ୍ମଝର ଅଞ୍ଚଳର ବିବାଦସ୍ଥଳରୁ ଧୀର ଓ ତଦାରଖ ଭିତ୍ତିରେ ପୁଣି ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଭାରତ ଓ ଚୀନ ସାମଗ୍ରିକ ଭାବେ ସମ୍ମତ ହୋଇଛନ୍ତି।

କିନ୍ତୁ, ‘ପାଙ୍ଗୋଙ୍ଗ୍ ସୋ’ରେ ମୁହିଁ ହୋଇ ରହିଥିବା ସୈନ୍ୟ ଅପସାରଣ ବିଷ‌ୟରେ ବିଶେଷ କିଛି ଅଗ୍ରଗତି ଘଟିନାହିଁ। ଚୀନ୍‌ର ପିପୁଲସ୍ ଲିବରେସନ୍ ଆର୍ମିର ସୈନିକମାନେ ସେଠାରେ ବହୁସଂଖ୍ୟକ ପ୍ରାଚୀର ତୋଳିବା ସହ ମେ ମାସ ପ୍ରାରମ୍ଭରୁ ପାଙ୍ଗୋଙ୍ଗ୍ ସୋ ହ୍ରଦର ଉତ୍ତରକୂଳରେ ଥିବା ପର୍ବତର ୪ ଓ ୮ ନମ୍ବର ଶୃଙ୍ଗ ମଧ୍ୟବର୍ତ୍ତୀ ଅଞ୍ଚଳକୁ ମାଡ଼ିବସିଛନ୍ତି।

publive-image Image Courtesy of The Times of India

ବୁଧବାର ଦିନ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ୧୪ କପର୍ସ କମାଣ୍ଡର୍ ଲେଫ୍ଟନାଣ୍ଟ୍ ଜେନେରାଲ୍ ହରିନ୍ଦର ସିଂହ ଏବଂ ଦକ୍ଷିଣ ଜିଞ୍ଜିୟାଙ୍ଗ୍ ସାମରିକ ଜିଲ୍ଲା ମୁଖ୍ୟ ମେଜର ଜେନେରାଲ୍ ଲିଉ ଲିନ୍‌ ମଙ୍ଗଳବାର ଦିନ ଚୁଷୁଲ୍‌ରେ ୧୪ ଘଣ୍ଟିଆ ଆଲୋଚନା କରିବା ଅବସରରେ ଉଭୟ ପକ୍ଷ ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ବାରୋପ କରିଛନ୍ତି। ଜୁନ୍ ୬ ତାରିଖ ଠାରୁ ଏହା ହେଉଛି ଚୀନ୍ ସହ ଏ ପ୍ରକାରଣ ତୃତୀୟ ବୈଠକ।

କିନ୍ତୁ, ସୈନ୍ୟ ଅପସାରଣ ଗୋଟାଏ ଦୀର୍ଘକାଳୀନ ପ୍ରକ୍ରିୟା। ଏଥିପାଇଁ ଅନେକ ସୂକ୍ଷ୍ମାତିସୂକ୍ଷ୍ମ ପ୍ରସଙ୍ଗରେ ଆଲୋଚନା ବାକି ରହିଛି। ଏହାଛଡ଼ା, ଭାରତ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବ। ସେ ଅଞ୍ଚଳର ପ୍ରତ୍ୟେକ ପର୍ଯ୍ୟାୟ ସୈନ୍ୟ ଅପସାରଣ ଉପରେ ଭାରତ ତୀବ୍ର ନଜର ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe