Image Courtesy of Business Standard
ନୂଆଦିଲ୍ଲୀ: ପୂର୍ବ ଲଦାଖର ସମସ୍ତ ଫ୍ଲାସ୍ ପଏଣ୍ଟ୍ରୁ ସୈନ୍ୟ ପ୍ରତ୍ୟାହାର କରାଇବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଭାରତ ଓ ଚୀନ୍ ସେନା ପୁଣି ଗୋଟାଏ ପର୍ଯ୍ୟାୟ କର୍ପସ୍ କମାଣ୍ଡର୍ସ୍ତରୀୟ ଆଲୋଚନା ଚଳାଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଭାରତ ପଟେ ଥିବା ଚୁସ୍ହୁଲ୍ରେ ସକାଳ ୯: ୩୦ରେ ଏହି ଅଷ୍ଟମ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ଆରମ୍ଭ ହୋଇଥିବା କଥା ସେମାନେ କହିଛନ୍ତି।
ଅଳ୍ପ କିଛି ଦିନ ତଳେ, ଉଚ୍ଚସ୍ତରୀୟ ଭାରତୀୟ ସାମରିକ ଅଧିକାରୀମାନେ ଆୟୋଜିତ କରିଥିବା କେତେଗୁଡ଼ିଏ ବୈଠକରେ ପୂର୍ବ ଲଦାଖର ମୋଟାମୋଟି ସ୍ଥିତି ସମୀକ୍ଷା କରାଯାଇଥିଲା। ଚୀନ୍ ସହ ଅଲୋଚନା ହେବା ବେଳେ ବ୍ୟାପକ ସୈନ୍ୟ ପ୍ରତ୍ୟାହାର ନିମନ୍ତେ କୁହାଯିବାକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
Image Courtesy of The Times of Indiaଏହି ଅଷ୍ଟମ ପର୍ଯ୍ୟାୟ ସାମରିକ ଆଲୋଚନାରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଛନ୍ତି ଲେହ୍ସ୍ଥିତ ୧୪ କର୍ପସ୍ ନବନିଯୁକ୍ତ କମାଣ୍ଡର୍ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ପିଜିକେ ମେନନ୍।
ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଏକାଧିକ ଆଲୋଚନା ଫଳପ୍ରଦ ନ ହେବାରୁ ସମ୍ପ୍ରତି ଶୂନ୍ୟରୁ କମ୍ ତାପମାତ୍ରା ଥିବା ପୂର୍ବ ଲଦାଖର କେତେକ ପାର୍ବତ୍ୟ ଇଲାକାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଭାରତୀୟ ସେନାର ପ୍ରାୟ ୫୦ ହଜାର ସୈନିକ। ଚୀନ୍ ମଧ୍ୟ ସମାନ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ମେ ମାସ ପ୍ରାରମ୍ଭରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।
Follow Us