ଖୁବ୍‌ ଶୀଘ୍ର ଲଦାଖରେ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ୍‌ ସୋଲାର୍‌ ପ୍ଲାଣ୍ଟ୍‌

Advertisment
ଖୁବ୍‌ ଶୀଘ୍ର ଲଦାଖରେ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ୍‌ ସୋଲାର୍‌ ପ୍ଲାଣ୍ଟ୍‌

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଲଦାଖରେ ସ୍ଥାପନ ହେବାକୁ ଯାଉଛି ଗୋଟିଏ ସ୍ଥାନରେ ଥିବା ବିଶ୍ୱର ସର୍ବବୃହତ୍‌ ସୋଲାର୍‌ ପ୍ଲାଣ୍ଟ୍‌। କାର୍ଗିଲ୍‌ର ପ୍ରାୟ ୨୦୦ କିଲୋମିଟର ଦକ୍ଷିଣକୁ ଅନ୍ୟ ଏକ ବୃହତ୍‌ ସୋଲାର୍‌ ପ୍ଲାଣ୍ଟ୍‌ ପ୍ରକଳ୍ପ। ଏହା ଯୋଗୁଁ ସମତଳ ଅଞ୍ଚଳ ଆଲୋକିତ ହେବା ସହ ଡିଜେଲ୍‌ ଜେନେରେଟର୍‌ ଯୋଗୁଁ ବାର୍ଷିକ ନିର୍ଗତ ହେଉଥିବା ୨, ୭୫୦ ଟନ୍‌ କାର୍ବନ୍‌ ବଞ୍ଚାଇ ହିମଖଣ୍ଡଗୁଡ଼ିକୁ ଥଣ୍ଡା ରଖିବ। ଏହାଛଡ଼ା ବର୍ଷକୁ ୬ ରୁ ୮ ମାସ ଯାଏଁ ବାହ୍ୟଜଗତ୍‌ରୁ ବିଚ୍ଛିନ୍ନ ହୋଇ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ଲାଗି ଏହି ପ୍ରକଳ୍ପ ଜୀବିକା ଉପାର୍ଜନରେ ସହାୟକ ହେବ।

ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସୋଲାର୍‌ ଏନର୍ଜି କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଇସିଆଇ) ଜମ୍ମୁ ଓ କଶ୍ମୀରରେ ଏହି ପ୍ରକଳ୍ପଗୁଡ଼ିକର ବିକାଶ କରୁଛି। ଲଦାଖ ୟୁନିଟ୍‌ରୁ ୫୦୦୦ ମେଗାଓ୍ଵାଟ୍‌ ଏବଂ କାର୍ଗିଲ୍‌ ୟୁନିଟ୍‌ରେ ୨, ୫୦୦ ମେଗାଓ୍ଵାଟ୍‌ ବିଜୁଳି ଶକ୍ତି ଉତ୍ପାଦନ ହୋଇ ପାରିବ। ୪୫ ହଜାର କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ୨୦୨୩ ସୁଦ୍ଧା ଶେଷ ହେବ।

ଲଦାଖ ପ୍ରକଳ୍ପ ନିୟୋମା ଅନ୍ତର୍ଗତ ହାନ୍‌ଲେ-ଖାଲ୍‌ଦୋ ଠାରେ ଏବଂ କାର୍ଗିଲ୍‌ ପ୍ରକଳ୍ପ ଜନସ୍କର ଅଞ୍ଚଳର ସୁରୁ ଠାରେ ନିର୍ମାଣ କରଯିବ। ଲଦାଖ ପ୍ରକଳ୍ପର ବିଜୁଳି ଶକ୍ତି ଲେହ୍‌-ମାନାଲି ରାସ୍ତା ଦେଇ ହରିୟାଣାର କୈଥଲ୍‌ ଯାଏଁ ଯିବ ଏବଂ କାର୍ଗିଲ୍‌ ପ୍ରକଳ୍ପର ଶକ୍ତି ଯିବ ଶ୍ରୀନଗର ଅନ୍ତର୍ଗତ ନିୟୁ ଓ୍ଵାନ୍‌ପୋହ ଗ୍ରିଡ୍‌କୁ।

ଲେହ ଓ କାର୍ଗିଲ୍‌ ଠାରେ ପ୍ରକଳ୍ପ ନିମନ୍ତେ ଯଥାକ୍ରମେ ୨୫୦୦୦ ଏବଂ ୧୨, ୫୦୦ ଏକର ଅଣଚାରଣ ଜମି ହେକ୍ଟର୍‌ ପିଛା ୧୨୦୦ ଟଙ୍କା ଭଡ଼ା ମୂଲ୍ୟରେ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe