ବିନ୍ ଲାଡେନ୍ ପୁଅ କଳା ତାଲିକାଭୁକ୍ତ ହେଲା

ବିନ୍ ଲାଡେନ୍ ପୁଅ କଳା ତାଲିକାଭୁକ୍ତ ହେଲା

ଜାତି ସଂଘ: ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଆଇଏସ୍ଆଇଏସ୍ ଓ ଅଲ୍ କାଏଦା ପ୍ରତିବନ୍ଧ କମିଟି ନିହତ ଓସାମା ବିନ୍ ଲାଡେନ୍‌ର ପୁଅ ହମଜା ବିନ୍ ଲାଡେନ୍‌କୁ କଳା ତାଲିକାଭୁକ୍ତ ଘୋଷଣା କରିଛି। ହମଜା ସମ୍ପର୍କରେ ସୂଚନା ପାଇବା ପାଇଁ ଆମେରିକା ତା’ ମୁଣ୍ଡରେ ଏକ ନିୟୁତ ଡଲାରର ପୁରସ୍କାର ରାଶି ଘୋଷଣା କରିବା ପରେ ପରେ ଜାତି ସଂଘ ସୁରକ୍ଷା ପରିଷଦ ଏହି ପଦକ୍ଷେପ ନେଇଛି। ଲାଡେନ୍ ମୃତ୍ୟୁ ପରେ ଅଲ୍ କାଏଦା ସଂଗଠନକୁ ଚଳାଉଥିବା ଐମାନ୍ ଅଲ୍-ଜଵାହିରି ପରେ ହମଜା ନେତୃତ୍ବ ନେବ ବୋଲି ଆଶଙ୍କା କରି ତା’ ଉପରେ ଏପରି ପ୍ରତିବନ୍ଧ ଲଗାଯାଇଛି। ଏହାଦ୍ବାରା ୨୯ ବର୍ଷୀୟ ହମଜାର ଯାତାୟାତ ଉପରେ କଠୋର କଟକଣା ଲାଗିବା ସହ ତା’ ନାଁରେ ଥିବା ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହୋଇଯିବ ବୋଲି ଜଣାଯାଇଛି। ସୁରକ୍ଷା ପରିଷଦର ଏହି କାର୍ଯ୍ୟାନୁଷ୍ଠାନ ପରେ ପରେ ସାଉଦି ଆରବ ହମଜାକୁ ଗତ ନଭେମ୍ବରରେ ପ୍ରଦାନ କରିଥିବା ନାଗରିକତ୍ବକୁ ରଦ୍ଦ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe