କାଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଦମନ କରିବେ ମହିଳା ସୁପର କମାଣ୍ଡୋ

Advertisment
କାଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଦମନ କରିବେ ମହିଳା ସୁପର କମାଣ୍ଡୋ

ନୂଆଦିଲ୍ଲୀ : କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। କାଶ୍ମୀରରେ ସେନା ଉପରକୁ ପଥର ଫିଙ୍ଗୁଥିବା ଲୋକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆଙ୍କୁ ଦେଖିବାକୁ ମିଳୁଛି। ଏପରିକି ସ୍କୁଲ ଛାତ୍ରୀମାନେ ଭାରତୀୟ ସେନା ଉପରକୁ ମଧ୍ୟ ପଥର ଫିିଙ୍ଗୁଥିବା ଅନେକ ସମୟରେ ଦେଖାଦେଇଛି। ତେଣୁ ଏହାକୁ ଦମନ କରିବା ପାଇଁ ବିଏସଏଫ ତରଫରୁ ୫୦୦ ମହିଳା କମାଣ୍ଡୋଙ୍କୁ ଏହି ମିଶନରେ ନିୟୋଜିତ କରାଯାଇଛି। କାଶ୍ମୀରରେ ପଥର ଫିଙ୍ଗାଳୀକୁ ରୋକିବାକୁ ଏହି ମହିଳା ସୁପର କମାଣ୍ଡୋମାନଙ୍କୁ ଶ୍ରୀନଗରଠାରେ ସ୍ପେଶାଲ ଟ୍ରେନିଂ ଦିଆଯାଉଛି।

publive-image

ମହିଳା କମାଣ୍ଡୋମାନେ ନିଜେ କିଭଳି ଭାବରେ ଆକ୍ରମଣରୁ ନିଜକୁ ରକ୍ଷା କରିବେ ସେ ବାବଦରେ ପ୍ରଥମେ ଟ୍ରେନିଂରେ ଶିକ୍ଷା ଦିଆଯିବ। ଏହି ଟ୍ରେନିଂକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି। ପ୍ରଥମେ ସୋପାନରେ ଢେଲା ପଥର ମାଡକୁ ନିୟନ୍ତ୍ରଣ କରିବା, ଦ୍ୱିତୀୟରେ ଆକ୍ରମଣ କରୁଥିବା ପଥରଫିଙ୍ଗାଳିଙ୍କୁ ଏହା ନକରିବା ପାଇଁ ବୁଝାଇବା ଏବଂ ଯଦି ଦୁଇଟି ଫର୍ମୁଲା କାମ ନକରେ ଶେଷରେ ବଳ ପ୍ରୟୋଗ କରି ଏହାକୁ ଦମନ କରି କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଏହାର ମୂଳ ଲକ୍ଷ ରହିଛି।

ଗତ କିଛି ବର୍ଷ ହେବ ସୁରକ୍ଷାବଳ ଉପରେ ଏପରି ଅଭିଯୋଗ ହୋଇଛି କି, ସେମାନେ ମାନବ ଅଧିକାରକୁ ଉଲ୍ଲଙ୍ଘନ କରୁଛନ୍ତି। ତେଣୁ ଏହି ସ୍ଥିତିରୁ ବାହାରିବା ପାଇଁ ବିଏସଏଫ ଏପରି ରଣନୀତି ଆପଣାଇଛି। ମାତ୍ର ଏକ ମାସର ଟ୍ରେନିଂ ପରେ ଏହି ସୁପର କମାଣ୍ଡୋ ପ୍ରସ୍ତୁତ ହୋଇ ପଥର ପିଙ୍ଗାଳୀଙ୍କ ସହ ଦୃଢ ମୁକାବିଲା କରିବେ। କେବଳ ସେତିକି ନୁହେଁ ଏହି ସୁପର କମାଣ୍ଡୋ କାଶ୍ମୀରରେ ଆତଙ୍କବଦୀଙ୍କ ମୁକାବିଲା କରିବା ସହ ଅସୁବିଧାରେ ପଡିଥିବା ଲୋକମାନଙ୍କୁ ରକ୍ଷାକରିବା ସହ ଅନ୍ୟାନ୍ୟ ବଡ ବଡ ବିଏସଏଫ ଅପରେସନରେ ମଧ୍ୟ ସାମିଲ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe