ମୋବାଇଲକୁ ଚାର୍ଜରେ ଲଗାଇ ଦେଖୁଥିବା ବେଳେ ମା’ର ହେଲା ମୃତ୍ୟୁ, ଦୁଇ ଶିଶୁ ଗୁରୁତର

Advertisment
ମୋବାଇଲକୁ ଚାର୍ଜରେ ଲଗାଇ ଦେଖୁଥିବା ବେଳେ ମା’ର ହେଲା ମୃତ୍ୟୁ, ଦୁଇ ଶିଶୁ ଗୁରୁତର

ସହରନପୁର: ଉତ୍ତରପ୍ରଦେଶର ସହରନପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍‌କୁ ଚାର୍ଜରେ ଲଗାଇ ଦେଖୁଥିବା ବେଳେ ବିଦ୍ୟୁତ୍ ଆଘତରେ ମା’ର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଦୁଇଜଣ ଶିଶୁ ଗୁରୁତର ଆହତ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କୁଣ୍ଡା ନିବାସୀ ଶହଯାଦ ତାଙ୍କ ପରିବାର ସହିତ ଗଙ୍ଗୋହର ମୋହଲ୍ଲା ଇଲାହିରେ ଘର ଭଡ଼ା ନେଇ ରହୁଥିଲେ ।  ଗତ ଶନିବାର ରାତିରେ ତାଙ୍କ ସ୍ତ୍ରୀ ଶାହଯାଦି ଏବଂ ତାଙ୍କର ଦୁଇ ଶିଶୁ ଗୋଟିଏ ଖଟରେ ଶୋଇ ମୋବାଇଲ୍ ଦେଖୁଥିଲେ ।

ମୋବାଇଲ ଦେଖୁଦେଖୁ ଶହଯାଦଙ୍କ ସ୍ତ୍ରୀ ଶୋଇ ପଡ଼ିଥିଲେ। ବିଳମ୍ୱିତ ରାତ୍ରିରେ ମୋବାଇଲ ଚାର୍ଜରୁ କରେଣ୍ଟ ଲାଗି ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେ‌ଳେ ତାଙ୍କ ପାଖରେ ଶୋଇଥିବା ଦୁଇଜଣ ଶିଶୁ ଗୁରୁତର ହୋଇଥିଲେ।

ଶିଶୁ ଯନ୍ତ୍ରଣାରେ କାନ୍ଦିବା ଆରମ୍ଭ କରିଥିଲେ। ଶିଶୁଙ୍କ କାନ୍ଦ ଶୁଣି ଶହଯାଦ ଦେଖିଲା ବେଳକୁ ସ୍ତ୍ରୀ ଅଚେତ ଅବସ୍ଥାରେ ପଡ଼ିଥିଲେ। ସଙ୍ଗେସଙ୍ଗେ ପଡ଼ିଶାଲୋକଙ୍କ ସାହାଯ୍ୟରେ ତିନିଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସହରନ୍‌ ପୁର ସ୍ଥାନାନ୍ତର କରି ଦେଇଥିଲେ। ସେଠାରେ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତର ମୃତ ଘୋଷିତ କରିଥିବା ବେଳେ ଦୁଇ ଶିଶୁଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe