Image Courtesy of India Today
ନୂଆଦିଲ୍ଲୀ: ଗତକାଲି ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତୀୟ ଉଦ୍ଘାଟନୀ ଉତ୍ସବକୁ ଜନପ୍ରିୟ ଆମେରିକୀୟ ମନୋରଞ୍ଜନକାରୀ ଲେଡି ଗାଗା, ଜେନିଫର୍ ଲୋପେଜ୍ ଏବଂ ଗାଥ୍ ବ୍ରୁକ୍ସ୍ ଆଦି ଅଧିକ ଆକର୍ଷଣୀୟ କରିଥିଲେ। ଲେଡି ଗାଗା ‘ଦି ଷ୍ଟାର୍-ସ୍ପାଙ୍ଗଲ୍ଡ୍ ବ୍ୟାନର୍’ (ତାରା ଖଚିତ ପତାକା) ଗୀତ ଗାଇଥିବା ବେଳେ ଜେନିଫର୍ ଲୋପେଜ୍ ‘ଦିସ୍ ଲ୍ୟାଣ୍ଡ୍ ଇଜ୍ ୟୋର୍ ଲ୍ୟାଣ୍ଡ୍’ (ଏଇ ଦେଶଟି ତୁମରି ଦେଶ) ଗୀତଟି ଗାଇଥିଲେ। ସେହିଭଳି ଗାୟକ ଗାଥ୍ ବ୍ରୁକ୍ସ୍ ‘ଆମେଜିଙ୍ଗ୍ ଗ୍ରେସ୍’ (ବିଚିତ୍ର କରୁଣା) ପରିବେଶଣ କରିଥିଲେ।
ଆମେରିକାର ପ୍ରଥମ ଜାତୀୟ ଯୁବ କବି ସମ୍ମାନପ୍ରାପ୍ତ ଆମାଣ୍ଡା ଗୋର୍ମ୍ୟାନ୍ ମଧ୍ୟ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ, କିଛି ଉଦ୍ଦେଶ୍ୟ ରଖି ଆମେ ଏକ ସଂଘ ଗଢ଼ିବାକୁ ବ୍ୟାକୁଳ। ଆମେ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଉଥିବା ବେଳେ, ଇତିହାସ ଆମ ଉପରେ ଦୃଷ୍ଟିପାତ କରୁଛି।
Amanda Gorman image courtesy of BBCଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍ରୁ ପେନ୍ସିଲ୍ଭାନିଆ ଆଭେନ୍ୟୁ ଏବଂ ଓ୍ଵାସିଂଟନ୍ ଡିସିରେ ଥିବା ନ୍ୟାସ୍ନାଲ୍ ମଲ୍ ଦେଇ ହ୍ଵାଇଟ୍ ହାଉସ୍ ପର୍ଯ୍ୟନ୍ତ ହେବାକୁ ଥିବା ରାଷ୍ଟ୍ରପତୀୟ ପରେଡ୍ ନିରାପତ୍ତା ଦୃଷ୍ଟିରୁ ବାତିଲ କରାଯାଇଥିଲା। ଏହା ପରିବର୍ତ୍ତେ ବାଇଡେନ୍ ହ୍ଵାଇଟ୍ ହାଉସ୍କୁ ପ୍ରବେଶ କରିବା ପରେ ‘ପରେଡ୍ ଆକ୍ରସ୍ ଆମେରିକା’ ଶୀର୍ଷକ ଟେଲିଭିଜନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସମ୍ପ୍ରଦାୟ ପରିବେଶଣ କରିଥିବା କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା।
ଏହା ବ୍ୟତିରେକେ, ଅଭିନେତା ଟମ୍ ହାଙ୍କ୍ସ୍ ମଧ୍ୟ ଏକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ଉପକ୍ରମଣିକା ସହ ଏହି କାର୍ଯ୍ୟକ୍ରମରେ ଜନ୍ ଲିଜେଣ୍ଡ୍, ଜଷ୍ଟିନ୍ ଟିମ୍ବର୍ଲେକ୍, ବ୍ରୁସ୍ ସ୍ପ୍ରିଙ୍ଗଷ୍ଟିନ୍, ଡେମି ଲୋବାଟୋ, କେରି ଓ୍ଵାସିଂଟନ୍ ଏବଂ ଇଭା ଲଙ୍ଗୋରିଆଙ୍କ ସମେତ ଅନ୍ୟ ଗାୟକମାନେ ସଙ୍ଗୀତ ପରିବେଶଣ କରିଛନ୍ତି।
Follow Us