ଲଖିମପୁର ହିଂସାକାଣ୍ଡ: ଫୋରେନସିକ୍‌ ରିପୋର୍ଟ କହିଲା କେନ୍ଦ୍ରମନ୍ତ୍ରୀଙ୍କ ପୁଅର ବନ୍ଧୁକରୁ ହୋଇଛି ଗୁଳି

Advertisment
ଲଖିମପୁର ହିଂସାକାଣ୍ଡ: ଫୋରେନସିକ୍‌ ରିପୋର୍ଟ କହିଲା କେନ୍ଦ୍ରମନ୍ତ୍ରୀଙ୍କ ପୁଅର ବନ୍ଧୁକରୁ ହୋଇଛି ଗୁଳି

republicindia

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡର ତଦନ୍ତକୁ ନେଇ ସଂପୃକ୍ତ ଥିବା ଏକ ଫୋରେନସିକ୍‌ ପରୀକ୍ଷା ରିପୋର୍ଟରେ ନିଶ୍ଚିତ କରାଯାଇଛି ଯେ ଲଖିମପୁର ହିଂସାକାଣ୍ଡ ଘଟିବା ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବନ୍ଧୁକରୁ ଘଟଣାସ୍ଥଳରେ ଗୁଳିଚାଳନା ହୋଇଛି। ଯଦିଓ ଫୋରେନସିକ୍‌ ଲାବୋରେଟୋରି ରିପୋର୍ଟ ନିଶ୍ଚିତ କରିଛି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ବନ୍ଧୁକରୁ ଗୁଳିଚାଳନା କରାଯାଇଛି; ତେବେ ଏହା ସ୍ପଷ୍ଟ କରି ନାହିଁ ଯେ ହିଂସା ଦିନ କିମ୍ବା ଅନ୍ୟ କୌଣସି ଦିନ ଏହି ଗୁଳିକାଣ୍ଡ ଘଟଣା ଘଟିଛି।

publive-image rediff

ଉଲ୍ଲେଖଯୋଗ୍ୟ, ଲଖିମପୁର ହିଂସା ପରେ ଆଶିଷ ମିଶ୍ର ଓରଫ ମୋନୁ ମିଶ୍ରଙ୍କ ରାଇଫଲ ସମେତ ଅନ୍ୟ ଚାରିଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଖିଳେଶ ଦାସଙ୍କ ପୁତୁରା ଅଙ୍କିତ ଦାସଙ୍କ ମାଲିକାନାରେ ଥିବା ଏକ ପିସ୍ତଲ ଏବଂ ଦାସଙ୍କ ଅଙ୍ଗରକ୍ଷୀ ଲତିଫ କାଲେଙ୍କ ବନ୍ଧୁକ ମଧ୍ୟ ଜବତ ତାଲିକାରେ ଥିଲା। ଲଖିମପୁର ହିଂସା ପରେ ଏଫଏସଏଲକୁ ବାଲିଷ୍ଟିକ୍‌ ପରୀକ୍ଷା ପାଇଁ ପଠାଯାଇଥିବା ଚାରିଟି ଅସ୍ତ୍ରଶସ୍ତ୍ର ମଧ୍ୟରୁ ଆଶିଷ ମିଶ୍ରଙ୍କ ରାଇଫଲ୍‌ ସମେତ ତିନିଟି ବନ୍ଧୁକରୁ ଗୁଳି ବିନିମୟ ହୋଇଥିବା ନିଶ୍ଚିତ ହୋଇଛି। ତେବେ ଗୁଳିବିନିମୟ କେବେ ଘଟିଥିଲା ତାହା ରିପୋର୍ଟରେ ନିଶ୍ଚିତ କରାଯାଇ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ଲଖିମପୁରରେ କହିଛନ୍ତି।

ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଦଳ ଆଶିଷ ମିଶ୍ର, ଦାସ ଏବଂ କାଲେଙ୍କୁ ଗିରଫ କରିବା ପରେ ସେମାନଙ୍କର ଲାଇସେନ୍‌ସପ୍ରାପ୍ତ ଅସ୍ତ୍ରଶସ୍ତ୍ର- ଏକ ରାଇଫଲ, ପିସ୍ତଲ, ରିଭଲଭର, ବନ୍ଧୁକକୁ ଜବତ କରି ଫୋରେନସିକ୍‌ ପରୀକ୍ଷା ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe