ଲଖିମ୍‌ପୁର ଖେରି ମାମଲା: ୫୦୦୦ ପୃଷ୍ଠାର ‘ଚାର୍ଜ ସିଟ୍‌’ରେ ରହିଛି ଆଶିଷ ମିଶ୍ରାଙ୍କ ନାଁ

ଲଖିମ୍‌ପୁର ଖେରି ମାମଲା: ୫୦୦୦ ପୃଷ୍ଠାର ‘ଚାର୍ଜ ସିଟ୍‌’ରେ ରହିଛି ଆଶିଷ ମିଶ୍ରାଙ୍କ ନାଁ

ଲଖିମ୍‌ପୁର ଖେରି: ଆଜି ଉତ୍ତର ପ୍ରଦେଶ ପୁଲିସ ଲଖିମ୍‌ପୁର ଖେରି ହିଂସା ମାମଲାରେ ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଏହି ମାମଲାରେ ପୁଲିସ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁତ୍ର ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଉଲ୍ଲେଖ କରିଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଲଖିମ୍‌ପୁର ଖେରିରେ ଘଟିଥିବା ହିଂସାକାଣ୍ଡରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ କୃଷକ ଓ ‘ବିଜେପି’ କର୍ମୀ। ସେଦିନ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲଖିମ୍‌ପୁର ଖେରି ଗସ୍ତରେ ଆସିବାର ଥିଲା।

ତାଙ୍କୁ ସ୍ବାଗତ ଜଣାଇବାକୁ ଯାଉଥିବା ଗାଡ଼ିରେ ଯାଉଥିବା ୪ଜଣ ‘ବିଜେପି’ କର୍ମୀ ହିଂସାକାଣ୍ଡରେ ନିହତ ହୋଇଥିଲେ। ଅନ୍ୟ ୪ଜଣ ଥିଲେ କୃଷକ। ଏହି ହିଂସାକାଣ୍ଡର ତଦନ୍ତ କରୁଥିବା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ କହିଛି ଯେ, ପ୍ରତିବାଦକାରୀ କୃଷକମାନଙ୍କୁ ମାରିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା।

publive-image Image Courtesy of Zee News

ଆଜି ଦାଖଲ କରିଥିବା ଚାର୍ଜସିଟ୍‌ରେ ପୁଲିସ କହିଛି ଯେ, ହିଂସାକାଣ୍ଡ ଘଟିବା ବେଳେ ଘଟଣାସ୍ଥଳରେ ଆଶିଷ ମିଶ୍ରା ଉପସ୍ଥିତ ଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଚାର୍ଜସିଟ୍‌ରେ ଆଶିଷ ମିଶ୍ରାଙ୍କର ଜଣେ ଆତ୍ମୀୟଙ୍କ ନାମ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ପ୍ରତିବାଦରତ କୃଷକମାନଙ୍କ ଉପରକୁ ଚଢ଼ାଯାଇଥିବା କାର୍‌ରେ ନ ଥିଲେ ବୋଲି ପ୍ରମାଣ କରିବା ଲାଗି ପୂର୍ବରୁ ଆଶିଷ ମିଶ୍ରା ଭିଡିଓ ଏବଂ ୧୦ଜଣ ବ୍ୟକ୍ତିଙ୍କ ସତ୍ୟପାଠ ଦାଖଲ କରିଥିଲେ।

ଧୀରେନ୍ଦ୍ର ଶୁକ୍ଳା ନାମରେ ଜଣେ ବ୍ୟକ୍ତି ପ୍ରମାଣ ଲୁଚାଉଥିବା ଅଭିଯୋଗ ହୋଇଛି। ତାଙ୍କ କାର୍‌ ସେଦିନ ଆଶିଷଙ୍କ କାର୍‌ ପଛରେ ଥିଲା। ଧୀରେନ୍ଦ୍ର ସେ କଥା ଗୋପନ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe