ଲଖିମ୍‌ପୁର ଖେରି ମାମଲା: ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ନ କରିଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

ଲଖିମ୍‌ପୁର ଖେରି ମାମଲା: ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ନ କରିଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ ନ କରିଥିବାରୁ ଆଜି ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି। ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ସୁପାରିସ ଅନୁସାରେ, ଲଖିମ୍‌ପୁର ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ରା।

ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଅଦାଲତରେ ହାଜର ହୋଇଥିବା ଓକିଲଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପଚାରିଥିଲେ, ‘ମନିଟରିଙ୍ଗ୍‌ ଜଜ୍‌’ଙ୍କ ରିପୋର୍ଟରୁ ଜଣାପଡୁଛି ସେ ଜାମିନ ନାମଞ୍ଜୁର କରିବାକୁ ସୁପାରିସ କରିବା ସହ ଏ ବାବଦରେ ଏକ ଆବେଦନ ଫାଇଲ୍‌ କରିବା ଲାଗି ମଧ୍ୟ ସୁପାରିସ କରିଥିଲେ। ତାହା ହେଲାନି କାହିଁକି?

ଆବେଦନକାରୀଙ୍କ ଓକିଲ ଦୁଷ୍ୟନ୍ତ ଦାୱେ କହିଲେ, ଆଶିଷ ମିଶ୍ରାଙ୍କ ବାପା ମନ୍ତ୍ରୀ ଅଜୟ ମିଶ୍ରା ଅତ୍ୟନ୍ତ ପ୍ରଭାବଶାଳୀ।

ପ୍ରଧାନ ବିଚାରପତି କହିଲେ, ଜାମିନ ନାମଞ୍ଜୁର କରିବା ଲାଗି ସୁପାରିସ କରି ‘ଏସ୍‌ଆଇଟି’ ଗୃହ ବିଭାଗ ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଥିଲେ। ‘ମନିଟରିଙ୍ଗ୍‌ ଜଜ୍’ ମଧ୍ୟ ନିଜ ପତ୍ରରେ ଏ କଥା ଲେଖିଥିଲେ।

ଏହାର ଉତ୍ତର ଦେଇ ଉତ୍ତର ପ୍ରଦେଶ ସରକାରଙ୍କ ଓକିଲ କହିଲେ, ଏ ସଂକ୍ରାନ୍ତରେ ମୋ ନିକଟରେ କୌଣସି ସୂଚନା ନାହିଁ। ମୁଁ ସେ ରିପୋର୍ଟ ଦେଖିନାହିଁ କହି ଉତ୍ତର ପ୍ରଦେଶର ମୁଖ୍ୟ ସଚିବଙ୍କୁ ଫୋନ୍‌ କରିବା ପାଇଁ ସେ ଅଦାଲତ କକ୍ଷ ବାହାରକୁ ଚାଲିଯାଇଥିଲେ। ଏହାପରେ ସେ ଫେରିଆସି ଅଦାଲତଙ୍କୁ ଜଣାଇଲେ କି, ‘ଏସ୍‌ଆଇଟି’ କିଂବା ‘ମନିଟରିଙ୍ଗ୍‌ ଜଜ୍‌’ଙ୍କ ସୁପାରିସ ପତ୍ର ମୁଖ୍ୟ ସଚିବଙ୍କ ଅଫିସ ପାଇ ନ ଥିଲା।

publive-image Image Courtesy of Talkingly News

ଏହାପ‌ରେ, ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରାର୍‌ଙ୍କୁ କହିଥିଲେ ଯେ, ଫେବ୍ରୁଆରି ୨୨ ତାରିଖ ଦିନ ‘ମନିଟରିଙ୍ଗ୍‌ ଜଜ୍‌’ ଫାଇଲ୍‌ କରିଥିବା ରିପୋର୍ଟର କପି ସରକାରଙ୍କୁ ଓକିଲ ଓ ଆବେଦନକାରୀମାନଙ୍କୁ ଯୋଗାଇ ଦିଅ। ଆଶିଷ ମିଶ୍ରାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ମହେଶ ଜେଠାମାଲିନୀ ମଧ୍ୟ ସେଥିରୁ ଗୋଟାଏ କପି ଚାହିଁଥିଲେ। ଆଗାମୀ ଶୁଣାଣି ସୋମବାର କରିବା ପାଇଁ ମଧ୍ୟ ସେ ଯୁକ୍ତି ବାଢ଼ିଥିଲେ।

ପ୍ରଧାନ ବିଚାରପତି ତାଙ୍କ ଅନୁରୋଧ ରକ୍ଷା କଲେ, କିନ୍ତୁ କହିଲେ, ମାମାଲା ମାସାଧିକ କାଳ ପଡ଼ି ରହିଲାଣି।

ସ୍ମରଣଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରିରେ କୃଷକ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟି ୪ଜଣ କୃଷକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ମାସ ୯ ତାରିଖରେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା।

ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଜାମିନ ମଞ୍ଜୁର କରିବା ପରେ ସେ ଜେଲ୍‌ରୁ ମୁକିଳି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe