ଲଖିମପୁର ଖେରି ହିଂସା: ଯାଞ୍ଚ ଟିମ୍‌ ମୁଖ୍ୟଙ୍କ ସମେତ ୬ ଆଇପିଏସ୍‌ ଅଫିସରଙ୍କ ବଦଳି

ଲଖିମପୁର ଖେରି ହିଂସା: ଯାଞ୍ଚ ଟିମ୍‌ ମୁଖ୍ୟଙ୍କ ସମେତ ୬ ଆଇପିଏସ୍‌ ଅଫିସରଙ୍କ ବଦଳି

Onmanorama

ଲକ୍ଷ୍ନୌ: ଲଖିମପୁର ଖେରି ହିଂସା ପରେ ଆଜି ରାଜ୍ୟ ସରକାର ଏହି ମାମଲାର ଯାଞ୍ଚ ଟିମ୍‌ ମୁଖ୍ୟଙ୍କ ସମେତ ୬ ଜଣ ଆଇପିଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି। ୩ ଜଣ ଆଇଜି ରୢାଙ୍କ୍‌ ଏବଂ ୩ ଜଣ ଡିଆଇଜି ରୢାଙ୍କ୍‌ର ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ଲଖିମପୁର ଖେରି ହିଂସା ଘଟଣା ପରେ ଉତ୍ତରପ୍ରଦେଶରେ ଏଭଳି ଅଦଳବଦଳ ଚର୍ଚ୍ଚାରେ ରହିଛି। ଡିଆଇଜି ‌ହେଡକ୍ବାର୍ଟରରେ ଥିବା ଉପେନ୍ଦ୍ର ଅଗ୍ରୱାଲ ଦେବିପଟନ ରେଂଜ୍‌ର ଡିଆଇଜି ହୋଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟିର ସେ ମୁଖ୍ୟ ଅଛନ୍ତି। ତେବେ ଉତ୍ତରପ୍ରଦେଶ ଡିଜିପି ମୁକୁଲ ଗୋଏଲ କହିଛନ୍ତି, ଉପେନ୍ଦ୍ର ଅଗ୍ରୱାଲ୍‌ ଏସ୍‌ଆଇଟିର ମୁଖ୍ୟ ରହିବେ। ସେହିପରି ଦେବିପଟନ ଡିଆଇଜି ରାକେଶ ସିଂହଙ୍କୁ ପ୍ରୟାଗରାଜକୁ ବଦଳି କରାଯାଇଛି। ପ୍ରୟାଗରାଜ ଆଇଜି କେପି ସିଂହ ଅଯୋଧ୍ୟା ରେଞ୍ଜ୍‌ର ନୂଆ ଆଇଜି ହୋଇଛନ୍ତି। ଅଯୋଧ୍ୟା ରେଞ୍ଜ୍‌ ଆଇଜି ସଂଜୀବ ଗୁପ୍ତାଙ୍କୁ ଡିଜିପି ହେଡକ୍ବାର୍ଟରକୁ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe