ଲଖିମପୁର ଖେରି ହିଂସା ଘଟଣା: ୟୁପି ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ, ସାକ୍ଷୀଙ୍କୁ ସୁରକ୍ଷା ଦିଅ

Advertisment
'ଯେବେ ଆଉ ସୁଧାରିବାର ଆଶା ନଥିବ, ସେବେ ହିଁ ଫାଶୀ ଦିଆଯିବ' ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ

Image Courtesy of The Hindu

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ମାମଲାରେ ସୁପ୍ରିମ କୋର୍ଟ ଆଜି ଉତ୍ତର ପ୍ରଦେଶ ସରକାରଙ୍କୁ ସାକ୍ଷୀଙ୍କୁ ସୁରକ୍ଷା ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାକ୍ଷୀମାନଙ୍କର ବୟାନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଅ। କେତେକ ସାକ୍ଷୀଙ୍କ ବୟାନ ଏପର୍ଯ୍ୟନ୍ତ ରେକର୍ଡ କରାଯାଇ ନାହିଁ ବୋଲି ୟୁପି ସରକାରଙ୍କ ପକ୍ଷରୁ କୁହାଯିବା ପରେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ୬୮ ଜଣ ସାକ୍ଷୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ବୟାନ ରେକର୍ଡ ହୋଇଛି। ଏଥିସହିତ ଖଣ୍ଡପୀଠ ଜିଲ୍ଲା ଜଜ୍‌ଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀଙ୍କ ବୟାନ ରେକର୍ଡ ପାଇଁ ନିକଟରେ ଉପଲବ୍ଧ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦେବାକୁ ଉକ୍ତ ନିର୍ଦ୍ଦେଶରେ କୁହାଯାଇଛି। ଉକ୍ତ ଖଣ୍ଡପୀଠର ଅନ୍ୟ ଦୁଇଜଣ ସଦସ୍ୟ ହେଉଛନ୍ତି ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ହିମା କୋହଲି। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଦୀପାବଳି ପରେ ଆସନ୍ତା ନଭେମ୍ବର ୮ ତାରିଖରେ କରିବାକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe