ଲଖିମପୁର ଖେରି ହିଂସା ଘଟଣା

Advertisment

ତଦନ୍ତ ତଦାରଖ କରିବେ ପଂଜାବ-ହରିୟାଣା ହାଇକୋର୍ଟ ପୂର୍ବ ବିଚାରପତି

ତଦନ୍ତ ତଦାରଖ କରିବେ ପଂଜାବ-ହରିୟାଣା ହାଇକୋର୍ଟ ପୂର୍ବ ବିଚାରପତି

ଲଖିମପୁର ଖେରି ହିଂସା ଘଟଣା

The Indian Express

ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ ପ୍ରକ୍ରିୟା ତଦାରଖ କରିବାପାଇଁ ସୁପ୍ରିମକୋର୍ଟ ଆଜି ପଂଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ମାମଲାରେ ନିରପେକ୍ଷ ତଦନ୍ତ ନିଶ୍ଚିତ କରିବାପାଇଁ ରାକେଶ ଜୈନ ଏହି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବେ।

ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ବାବଧାନରେ ଏସ୍‌ଆଇଟି ଏହାର ତଦନ୍ତ ଜାରି ରଖିବ। ଉଲ୍ଲେଖଯୋଗ୍ୟ, ଲଖିମପୁର ଖେରି ହିଂସା ଘଟଣାର ସଠିକ୍‌ ତଦନ୍ତ ପାଇଁ ଏସଆଇଟିରେ ବରିଷ୍ଠ ଅଧିକାରୀମାନଙ୍କୁ ସାମିଲ କରିବାପାଇଁ ସୁପ୍ରିମ‌କୋର୍ଟ ନିକଟରେ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେିଥିଲେ। ସରକାର ମଧ୍ୟ ୩ ଜଣ ପୁଲିସ ଅଫିସରଙ୍କ ନାମ ସୁପାରିସ କରିଛନ୍ତି। ‌ସେମାନେ ହେଉଛନ୍ତି ଆଇପିଏସ ଅଫିସର ଶିରୋଦକର, ଆଇପିଏସ ଅଫିସର ପ୍ରୀତେନ୍ଦ୍ର ସିଂହ ଏବଂ ଉତ୍ତରପ୍ରଦେଶ ଆଇଜି ପଦ୍ମଜା ଚୌହାନ। ସେମାନେ ଲଖିମପୁର ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିରେ ସାମିଲ ହେବେ। ଏସ୍‌ଆଇଟି ଅବସରପ୍ରାପ୍ତ ବିଚାରପତି ରାକେଶ କୁମାର ଜୈନଙ୍କୁ ରିପୋର୍ଟ କରିବେ। ମାମଲାରେ ଚାର୍ଜସିଟ୍‌ ଦାଖଲ ‌ହେବାପରେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରି ହିଂସା ଘଟିଥିଲା। ହିଂସା ଯୋଗୁଁ ୪ କୃଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୨ ବିଜେପି କର୍ମୀ, ଜଣେ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ସାମ୍ବାଦିକ ମଧ୍ୟ ନିହତ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଏବଂ ସେ ଏବେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe