ଲଖିମପୁର ଖେରି ହିଂସା ମାମଲା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର

ଲଖିମପୁର ଖେରି ହିଂସା ମାମଲା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର

LiveLaw

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଆଜି ସନ୍ଧ୍ୟାରେ ଖାରଜ ହୋଇଯାଇଛି। ଆଶିଷ ମିଶ୍ରଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ଦୀର୍ଘ ଶୁଣାଣି କରିବା ପରେ ସେସନ କୋର୍ଟ ଜାମିନ ନାମଞ୍ଜୁର କରି ଦେଇଥିଲେ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଘଟିଥିବା ହିଂସା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଆଶିଷ ମିଶ୍ର ଏବଂ ତାଙ୍କ ସହଯୋଗୀ ଆଶିଷ ପାଣ୍ଡେ ଆଜି (ବୁଧବାର) ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିଣ୍ଟା ରାମ ସେମାନ ଜାମିନ ଆବେଦନର ଦୀର୍ଘ ଶୁଣାଣି କରିବା ପରେ ଜାମିନ ନାମଞ୍ଜୁର କରିଥିଲେ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଘଟିଥିବା ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଗତ ଅକ୍ଟୋବର ୯ ତାରିଖରେ ଗିରଫ କରିଥିଲା। ପ୍ରଥମେ ଅଭିଯୁକ୍ତ ଆଶିଷଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡରେ ରଖାଯିବା ପରେ ପରବର୍ତ୍ତୀ ସମୟରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe