ଲଖିମପୁର ଖେରି ଘଟଣାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଲା କଂଗ୍ରେସ

Advertisment
ଲଖିମପୁର ଖେରି ଘଟଣାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଲା କଂଗ୍ରେସ

RepublicIndia

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରି ଘଟଣା ସଂପର୍କରେ ଚାଲିଥିବା ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଏହି ମର୍ମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରି ତାଙ୍କ ସହ ଏସଂପର୍କରେ ଆଲୋଚନା କରିବା ସହ ତାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ରାଷ୍ଟ୍ରପତିଙ୍କର ଅନୁମତି ମାଗିଛନ୍ତି। ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ ହେବାର ଗୋଟିଏ ଦିନ ପରେ ଏପରି ନିଷ୍ପତ୍ତି ନେଇଛି କଂଗ୍ରେସ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସକ୍ଷାତ ପାଇଁ ରାଷ୍ଟ୍ରପତି ଭବନକୁ ପଠାଯାଇଥିବା ଚିଠି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଗୁଲାମ ନବୀ ଆଜାଦ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେ ସି ଭେନୁଗୋପାଲ ଏବଂ ଆଧୀର ରଂଜନ ଚୌଧୁରୀଙ୍କ ନାମ ସାମିଲ ରହିଛି।

ଲଖିମପୁର ଖେରୀ ଘଟଣାକୁ ଏକ ସୁ ପରିକଳ୍ପିତ ’ହତ୍ୟାକାଣ୍ଡ’ ବୋଲି ଦର୍ଶାଇ ଏହି ଚିଠିରେ ଦର୍ଶାଯାଇଛି ଯେ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ଅଭିଯୁକ୍ତ ମନ୍ତ୍ରୀଙ୍କ ପୁତ୍ର ଆଶିଷ ମିଶ୍ରଙ୍କ ବିରୋଧରେ କୌଣସି ପ୍ରକାରର ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବରଂ ଏହି ମାମଲାକୁ ଚାପିଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe