ଲାକ୍ଷାଦ୍ବୀପ ସାଂସଦଙ୍କୁ ସୁପ୍ରିମକୋର୍ଟରେ ଝଟ୍‌କା: ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟଙ୍କ ରହିତାଦେଶ ରଦ୍ଦ

Advertisment
ଲାକ୍ଷାଦ୍ବୀପ ସାଂସଦଙ୍କୁ ସୁପ୍ରିମକୋର୍ଟରେ ଝଟ୍‌କା: ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟଙ୍କ ରହିତାଦେଶ ରଦ୍ଦ

ନୂଆଦିଲ୍ଲୀ: ଏକ ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ବୀପ ସାଂସଦ ପିପି ମହମ୍ମଦ ଫୈଜଲଙ୍କ ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟ ରୋକ୍‌ ଲଗାଇଥିଲେ। କିନ୍ତୁ ସୁପ୍ରିମକୋର୍ଟରେ ଆଜି ସାଂସଦ ଫୈଜଲଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଫୈଜଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି ଏବଂ ୬ ସପ୍ତାହ ମଧ୍ୟରେ ଲାକ୍ଷାଦ୍ବୀପ ସାଂସଦଙ୍କ ଦଣ୍ଡାଦେଶ ମାମଲାରେ ନିଷ୍ପତ୍ତି ନେବାପାଇଁ କୋର୍ଟ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଭି ନାଗରତ୍ନା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଏହା ଅନୁଧ୍ୟାନ କରିଛନ୍ତି ଯେ ହାଇକୋର୍ଟ ସଠିକ୍‌ ଭାବେ ନିଷ୍ପତ୍ତି ନେଇନାହାନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ।

ନିର୍ଦ୍ଦିଷ୍ଟ ଭାବେ ସାଂସଦଙ୍କ ଦଣ୍ଡା‌ଦେଶ ଉପରେ ରୋକ୍‌ ଲଗାଇବାପାଇଁ ହାଇକୋର୍ଟ ଯେଉଁ ଯୁକ୍ତି ରଖିଛନ୍ତି ସୁପ୍ରିମକୋର୍ଟ ତାକୁ ଗ୍ରହଣ କରିନାହାନ୍ତି। ହାଇକୋର୍ଟଙ୍କ ଅନୁଯାୟୀ ଯଦି ଫୈଜଲ୍‌ ତାଙ୍କ ସଦସ୍ୟତା ଫେରି ପାଇବେନି ତେବେ ସମ୍ପୃକ୍ତ ଆସନରେ ସଦ୍ୟ ଉପନିର୍ବାଚନ ଦରକାର ପଡ଼ିବ ଏବଂ ଏଥିପାଇଁ ଅଧିକ ଖର୍ଚ୍ଚ ହେବ। ଏହି କାରଣ ପାଇଁ କେରଳ ହାଇକୋର୍ଟ ସାଂସଦ ଫୈଜଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଥିବା କହିଥିଲେ। ତେବେ ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ରହିତାଦେଶକୁ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ଦ୍ବାରା ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ହତ୍ୟା‌ ଉଦ୍ୟମ ମାମଲାରେ ସାଂସଦ ଫୈଜଲଙ୍କ ସମେତ ୪ ଜଣଙ୍କୁ ଗତ ଜାନୁଆରି ୧୧ରେ କବାରତ୍ତି ସେସନ୍ସ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ ଏବଂ ସେମାନଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। କିନ୍ତୁ ଜାନୁଆରି ୨୫ରେ କେରଳ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe