ଆସୁଛି ସ୍ୱାଧୀନତା ଦିବସ;  ୨୫୦୦ରୁ ଊର୍ଧ୍ୱ ଲ୍ୟାମ୍ପ ଲାଗି ସଜ ହେଲା ଲାଲ କିଲ୍ଲା

ଆସୁଛି ସ୍ୱାଧୀନତା ଦିବସ;  ୨୫୦୦ରୁ ଊର୍ଧ୍ୱ ଲ୍ୟାମ୍ପ ଲାଗି ସଜ ହେଲା ଲାଲ କିଲ୍ଲା

ସ୍ୱାଧୀନତା ଦିବସର ପ୍ରସ୍ତୁତି ସାରା ଦେଶରେ ଧୁମଧାମରେ ଚାଲିଛି। ଦେଶର ଐତିହ୍ୟ ସ୍ମାରକୀକୁ ସଜ୍ଜିତ କରି ଶୋଭନୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଯାହାକୁ ନେଇ ଲାଲ୍‌ କିଲ୍ଲାରେ ଲାଗିଛି ୨୫୦୦ରୁ ଅଧିକ ଲ୍ୟାମ୍ପ। ମୋଗଲ ସାମ୍ରାଜ୍ୟରେ ର୍ନିମିତ ଏହି ସ୍ମାରକୀ ଲାଲ୍‌ କିଲ୍ଲାର ଶୋଭା ବଢ଼ାଉଛି। ତେବେ ସ୍ୱାଧୀନତା ଦିବସ ଉପଲକ୍ଷେ ଗତ ଶୁକ୍ରବାରଠାରୁ ଆଲୋକମାଳାରେ ସଜ୍ଜିତ ହୋଇଛି ଲାଲ୍‌ କିଲ୍ଲା। ଏହି ଆଲୋକମାଳାର ସୈାନ୍ଦର୍ଯ୍ୟତା ଶୁକ୍ରବାର ସନ୍ଧ୍ୟା ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏହି ଅପୂର୍ବ ସ୍ମାରକୀ ଲାଲ୍‌ କିଲ୍ଲାର ଲୋଭନୀୟ ଦୃଶ୍ୟକୁ ଉପଭୋଗ ଲୋକମାନେ କରୁଛନ୍ତି।

ପ୍ରଥମ ଥର ପାଇଁ ଗୋଟିଏ ଐତିହାସିକ କୀର୍ତ୍ତି ର ସମ୍ମୁଖ କାନ୍ଥ ଓ ଦୁଇଟି ପ୍ରମୁଖ ପ୍ରବେଶ ପଥ- ଲାହୋରୀ ଗେଟ୍‌ ଓ ଦିଲ୍ଲୀ ଗେଟ୍‌ ଆଲୋକିତ ହୋଇଛି। ସଂସ୍କୃତି ରାଜ୍ୟ ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ଏହି ଆଲୋକମାଳା ଉତ୍ସବ ଆୟୋଜନ କରାଯାଇଥିଲା। ସପ୍ତଦଶ ଶତାବ୍ଦୀର ମୋଗଲ ଯୁଗ ସମୟର ସ୍ମାରକ ଗୁଡ଼ିକର ସୂର୍ଯ୍ୟୋଦୟ ପରେ ସୈାନ୍ଦର୍ଯ୍ୟ ବାଇବା ପାଇଁ ଆଲୋକମାଳାରେ ସଜା ଯାଇଛି। ସଂସ୍କୃତି ରାଜ୍ୟ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି, ‘ଭବ୍ୟ ଐତିହାସିକ କୀର୍ତ୍ତି ଗୁଡିକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ସମସ୍ତ ୧୦୦ ଟି ଆଦର୍ଶ ସ୍ମାରକଗୁଡିକୁ ଆଲୋକିତ କରିବାର ପ୍ରସ୍ତାବ ଦିଆଯାଇଛି। କେବଳ ସ୍ଥାନୀୟ ଲୋକଙ୍କୁ ଐତିହ ପାଇଁ ଗର୍ବ ଅନୁଭୂତ କରାଇବା ନୁହେଁ ବରଂ ରାତ୍ରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବଡ଼ ପନ୍ଥା।

publive-image

ସଂସ୍କୃତି ମନ୍ତ୍ରଣାଳୟର ସଚିବ ଅରୁଣ ଗୋଏଲ, ଡିଜି ଉଷା ଶର୍ମା, ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ, ଏନବିସିସିର ଇଡି ରମଣ ଅଗ୍ରୱାଲ ଏବଂ ସଂସ୍କୃତି ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ନ୍ୟାସନାଲ ବିଲ୍‌ଡିଙ୍ଗ କଂଷ୍ଟ୍ରକ୍ସନ କର୍ପୋରେସନ, ୧.୩କିମି ଦୀର୍ଘ ସୁରକ୍ଷା ପ୍ରାଚୀରରେ ଅବସ୍ଥିତ ଆଲୋକମାଳାକୁ ବଦଳାଇବାର ଜିମା ନେଇଛି ଓ ପାଖାପାଖି ୨୫୦୦ ଆଲୋକମାଳାରେ ସଜାଇଛି। ୩ କୋଟି ବ୍ୟୟ ଅଟକଳରେ ସଜ୍ଜିତ ହୋଇଥିବା ଲ୍ୟାମ୍ପ କାର୍ଯ୍ୟ ପାଇଁ ୨ ମାସ ସମୟ ଲାଗିଥିଲା। ଏହାକୁ ଆଲୋକିତ କରିବାର ସମୟ ସୀମା ସନ୍ଧ୍ୟା ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ରହିଛି। ଏହାକୁ ଏଲଇଡି ବଲବ୍‌ ଦ୍ୱାରା ଆଲୋକିତ କରାଯାଇଛି। ଏହି ସ୍ଥାପତ୍ୟର ଭବ୍ୟ ବାଇବା ପାଇଁ ଏନବିସିସି ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ ସହିତ ଚୁକ୍ତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe