Lalan Singh takes a dig at Lalu for sharing a photo of him sitting on an elephant Photograph: (sambad.in)
ପାଟନା: କେନ୍ଦ୍ରମନ୍ତ୍ରୀ ଲଲନ ସିଂହ ସୋସିଆଲ ମିଡିଆରେ ଲାଲୁ ଯାଦବଙ୍କ ଏକ ଫଟୋ ସେୟାର କରି ତାଙ୍କୁ କଟାକ୍ଷ କରିଛନ୍ତି। ଏହା ସହିତ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
ଲାଲୁ ପରିବାରକୁ ଦୁର୍ନୀତିଗ୍ରସ୍ତ ବୋଲି କହି ସେ ଲାଲୁଙ୍କ ପରିବାର ଉପରେ ଚାରା ଦୁର୍ନୀତି ଏବଂ ଚାକିରି ପାଇଁ ଜମି ନେଇଥିବା ଅଭିଯୋଗ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଏବଂ ନକଲି ଭୋଟର ବାହାନାରେ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ନେଇ ଲଲନ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଦୁର୍ନୀତିଗ୍ରସ୍ତଙ୍କୁ ଛାଡିବେ ନାହିଁ। ବିହାରର ଲୋକଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଇ ସେ ବିରୋଧୀଙ୍କ 'ସଫା' କରିବାକୂ ଆହ୍ବାନ କରିଛନ୍ତି। ଲଲନ ସୋସିଆଲ ମିଡିଆ ଏକ୍ସରେ ଲାଲୁଙ୍କର ହାତୀ ଉପରେ ବସିଥିବା ଏକ ଫଟୋ ପୋଷ୍ଟ କରି ଆରଜେଡି ସୁପ୍ରିମୋ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଦୁର୍ନୀତିର ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ସେ ଚାରା ଦୁର୍ନୀତିର କଥା ମନେ ପକାଇ କହିଛନ୍ତି, ଲାଲୁ ସରକାରୀ କୋଷାଗାର ଲୁଟ୍ କରିଛନ୍ତି। ସେ ଚାରା ଦୁର୍ନୀତି ଅଭିଯୁକ୍ତଙ୍କଠାରୁ ସମ୍ପତ୍ତି ଜବତ କରିବା ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ସରକାରଙ୍କର ଟଙ୍କା ଆଦାୟ କରିବାର ଅଧିକାର ଅଛି।ସେ ତେଜସ୍ୱୀଙ୍କ ବିରୁଦ୍ଧରେ ଚାକିରି ପାଇଁ ଜମି ଦୁର୍ନୀତିର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋଦୀ ସରକାର ଦୁର୍ନୀତିଗ୍ରସ୍ତଙ୍କୁ ଧରିଛନ୍ତି।
ଚାରା ଦୁର୍ନୀତିକୁ ମନେ ପକାଇ ଲଲନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ପରିବାରର ସଭିଏଁ ଦୁର୍ନୀତିରେ ଜଡ଼ିତ। ବାପା ଜେଲ ଗଲେ, ଜାମିନରେ ହାତୀ ଚଢ଼ିଲେ, ଯିଏ ଚାରା ଖାଇଲେ ସେ ସ୍ୱାଧୀନତା ସଂଗ୍ରାମୀ ହୋଇଗଲେ। ପୁଅ ଚାକିରି ବଦଳରେ ଜମି ହାତେଇ ଗରିବଙ୍କ ରକ୍ତ ଶୋଷିବାର ମଜା ନେଉଛନ୍ତି। ମୋଦୀ ସରକାର ସେମାନଙ୍କୁ ଏବେ ଧରି ପକାଇଛନ୍ତି।
/filters:format(webp)/sambad/media/media_files/2025/08/23/lalan-singh-2025-08-23-17-54-17.jpeg)
ଲାଲନ ସିଂହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ରାହୁଲ ଗଣତନ୍ତ୍ରକୁ ହତ୍ୟା କରିଥିବା ପରିବାରର ରାଜକୁମାର। ଜରୁରୀକାଳୀନ ପରିସ୍ଥିତି ଲାଗୁ କରି କଂଗ୍ରେସ ସମ୍ବିଧାନର ଉଲ୍ଲଂଘନ କରୁଥିବା ଅଭିଯୋଗ ସେ କରିଛନ୍ତି। ଲଲନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ରାହୁଲ ନକଲି ଭୋଟର ଏବଂ ଅନୁପ୍ରବେଶକାରୀଙ୍କ ଆଧାରରେ ବିହାରରେ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି।
ସେ ପ୍ରଶ୍ନ ଉଠାଇଛନ୍ତି, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ନିଜ ବିଜୟ ଉପରେ ରାହୁଲ କାହିଁକି ଚୁପ୍ ଅଛନ୍ତି। ବିହାରର ଲୋକମାନେ ସଚେତନ ଅଛନ୍ତି । ସେମାନେ ସବୁକିଛି ଦେଖୁଛନ୍ତି। ଲୋକେ ଏହାର ଜବାବ ଦେବେ।
ନକଲି ଭୋଟର ବିବାଦ ବିହାରରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଲଲନ ଭୋଟର ତାଲିକାରେ ଅନିୟମିତତା ନେଇ ରାହୁଲ ଗାନ୍ଧୀଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି, ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ସଂଶୋଧନ ଏସଆଇଆର ପ୍ରକ୍ରିୟା ସ୍ୱଚ୍ଛ। ସେ ରାହୁଲଙ୍କ ଉପରେ ସାମ୍ବିଧାନିକ ବିରୋଧୀ ବୟାନବାଜିର ଅଭିଯୋଗ ଆଣି ସେ ପ୍ରଶ୍ନ କରିଛନ୍ତି, ରାହୁଲ ଅଣ-ନାଗରିକମାନଙ୍କୁ ଭୋଟ ଦେବାର ଅଧିକାର ଦେବାକୁ ଚାହୁଁଛନ୍ତି କି?
Bihar | lalan singh | lalu-prasad-yadav
Follow Us